‘ସମର୍ପଣ’ ସ୍ଵେଚ୍ଛାସେବୀ ସଂଗଠନ କାର୍ଗିଲ୍ ବିଜୟ ଦିବସରେ ସଫା କଲେ ଚାନ୍ଦିପୁର ବେଳାଭୂମି

● କାର୍ଯ୍ୟକ୍ରମର ନେତୃତ୍ୱ ନେଲେ ଛାତ୍ରନେତା ହରେକୃଷ୍ଣ ପ୍ରଧାନ

ବାଲେଶ୍ଵର, ୨୬/୭: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉପଲକ୍ଷେ ଆଜି ଚାନ୍ଦିପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଲେଶ୍ଵରର ‘ସମର୍ପଣ’ ସଂଗଠନ ପକ୍ଷରୁ ଏହି ସଫେଇ କାର୍ଯ୍ୟ କରା ଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମର ଆରମ୍ଭରେ ଶତ୍ରୁ କବଳରୁ ମାତୃଭୂମୀକୁ ରକ୍ଷା କରିବା ବେଳେ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଚାନ୍ଦିପୁର ସମୁଦ୍ର ବେଳାଭୂମି ଏବଂ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ କରା ଯାଇଥିଲା । ମୁଖ୍ୟତଃ ବେଳାଭୂମି ସହ ଚାନ୍ଦିପୁର ପାନ୍ଥନିବାସର ଉଭୟ ପାର୍ଶ୍ଵରେ ଜମି ରହିଥିବା ଅଳିଆ ଆବର୍ଜନାକୁ ଅପସାରଣ କରି ଉପଯୁକ୍ତ ସ୍ଥାନରେ ଜମା କରା ଯାଇଥିଲା । ସେଥିମଧ୍ୟରୁ ଜୈବ ଉପଯୋଗୀ ଓ ଜୈବ ଅନୁପଯୋଗୀ ଅଳିଆକୁ ଅଲଗା ଅଲଗା ଶ୍ରେଣୀଭୁକ୍ତ କରା ଯାଇଥିଲା।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ସଂଗଠନର ସଭାପତି ତଥା ଫକୀର ମୋହନ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ହୋଇଥିଲା। ଦେଶ ପାଇଁ ସହିଦଙ୍କ ପ୍ରାଣବଳି ବ୍ୟର୍ଥ ଯିବନି ଏବଂ ଆଜି ବି ତାଙ୍କୁ ମନେ ପକାଇ ସାରା ଦେଶ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା କଥା କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ। ଏଥିରେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଶିବଶଙ୍କର ପରିଡା, କମଲ୍ ଲୋଚନ ମୈକାପ, ପ୍ରଦୀପ ମାରାଣ୍ଡି, ନୀଳାଦ୍ରି ନିବାସିନି ଦାସ, ଏସ. ବି. ସିମରନ, ଶଙ୍କର ନାଥ ଟୁଡୁ, ସୁବାସ ଚନ୍ଦ୍ର ଗିରି, ରାକେଶ ବାରିକ, କିରନ୍ମୟୀ ଜେନା, ବିପିନ୍ ଟୁଡୁ, ସୁମତି ସିଂ, ଜଗନ୍ନାଥ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରଖି ସଫେଇ କାର୍ଯ୍ୟରେ ଭାଗ ନେଇଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.