ଦଶପୁର ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଜୁନାଗଡ଼,୨୬/୭: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଦଶପୁର ଫାଣ୍ଡି ଅଞ୍ଚଳ ସ୍ଥିତ ସରକାରୀ ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଫରଙ୍ଗ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଗୋଲାମୁଣ୍ଡା ଥାନା ଅଧିକାରୀ ଚତୁର୍ଭୁଜ ନାୟକ, ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ, ଫାଣ୍ଡି କର୍ମଚାରୀ, ଫରଙ୍ଗ ପଞ୍ଚାୟତ ସରପଞ୍ଚ, ରେଙ୍ଗସା ପାଲି ପଞ୍ଚାୟତ ସରପଞ୍ଚ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ରକ୍ତଦାନ ଶିବିରରେ ୯୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଶିବିରରେ ଫରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ କୁନି ପ୍ରଧାନ, ରେଙ୍ଗସା ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ସନ୍ତୋଷ ବୁଦ୍ଧିଆ, ସମ୍ବାଦ ପ୍ରତିନିଧି ରାମ କୁମାର ସେନାପତି, ସ୍ଥାନୀୟ ସମାଜସେବୀ ଦେବେନ୍ଦ୍ର ପ୍ରଧାନ, ସଞ୍ଜୟ ସାହୁ, ପ୍ରିତମ ଅଗ୍ରୱାଲ, ସୁରେନ୍ଦ୍ର ବାରିକ, ରାଜେଶ ଖାନସମା ଇତ୍ୟାଦି ତଥା ଧର୍ମଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ ଏବଂ ସାମାଜିକ ଦୂରତା, ମାସ୍କ ପରିଧାନକୁ ପ୍ରାଧାନ୍ୟ ଦିଆଯାଇଥିଲା ।

ଜୁନାଗଡ଼ରୁ ରାକେଶ ବେମେଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.