କଳାହାଣ୍ଡି ସୀମା ସିଲ୍

ଅଗଷ୍ଟ ୬ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ରାସ୍ତା : ସୂଚନା ଦେଲେ ତହସିଲଦାର ବାସନ୍ତୀ ସେଠୀ

କଳାହାଣ୍ଡି,୨୯/୭: ଦିନକୁ ଦିନ ବଢି ଚାଲିଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ  ସଜାଗ ରହିଛି । ଜନ ସଚେତନତା ସହ ମହାମାରୀ କରୋନା ଶୃଙ୍ଖଳକୁ ଛିନ୍ନ କରିବାପାଇଁ ସମୟ ସମୟରେ ସଟ୍ ଡ଼ାଉନ୍, ରାସ୍ତା ସିଲ୍, କଣ୍ଟେନମେଣ୍ଟ ଜୋନ ଘୋଷଣା ପରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ଭାବରେ ଆଜି କଳାହାଣ୍ଡି ଜିଲ୍ଲାର ବଲାଙ୍ଗିର ବୋର୍ଡର କଁସିଲ ଚେକ ଗେଟ ଠାରେ ରାସ୍ତା ସିଲ କରାଯାଇଛି । ଆଜି ଠାରୁ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀ ସୂଚନା ଦେଇଛନ୍ତି । ରାଜସ୍ବ, ଶିକ୍ଷା ଓ ପୋଲିସ ବିଭାଗର କର୍ମଚାରୀ ମାନେ ଏହି ସ୍ଥାନରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା ସୀମା ସିଲ କରାଯାଇଥିବାରୁ ଏହି ରାସ୍ତା ଦେଇ କଳାହାଣ୍ଡି-ବଲାଙ୍ଗିର ଯୋଗାଯୋଗ ବିଛିନ୍ନ ରହିଛି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.