ବଲାଙ୍ଗିର,୨୯/୭: ଟିଟିଲାଗଡ ନିକଟସ୍ଥ ଭାଟିପଡା ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଦିଲିପ୍ ଖର୍ସେଲଙ୍କ ତତ୍ତ୍ଵାବଧାନରେ ଆଜି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସମାଜରେ କିଛି ସେବା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଲୋକଙ୍କୁ ସହଯୋଗ କରିବା ପାଇଁ ଏକ ସଂସ୍ଥା ଗଠନ କରିବା ନେଇ ଏହି ବୈଠକରେ ସ୍ଥରିକୃତ ହୋଇଥିଲା ଓ ସଂଗଠନର ନାଁ ମାଁ ସମଲେଶ୍ଵରୀ ୱେଲଫେୟାର ଫାଉଣ୍ଡେସନ ବୋଲି ଘୋଷଣା କରାଯାଇଥିଲା। କୋଭିଡ୍-୧୯ ନିୟମକୁ ମାନି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲିପ୍ ଖର୍ସେଲଙ୍କୁ ସଭାପତି ଭାବେ ଓ ପ୍ରଦୀପ ଖର୍ସେଲଙ୍କୁ ଉପ ସଭାପତି ଭାବେ ମନୋନୀତ କରାଯାଇଛି।ସମ୍ପାଦକ ନରେଶ ବଗର୍ତ୍ତୀ, ସହ ସମ୍ପାଦକ ନୀଳାଚଳ ନାଗ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାଗ, ଗୋକୁଳାନନ୍ଦ ବଗର୍ତ୍ତୀଙ୍କୁ ଲୋକସଂପର୍କ ଓ ଗଣମାଧ୍ୟମ ପ୍ରବକ୍ତା, ପ୍ରକଳ୍ପ ଆବାହକ ଭାବେ ଭୈରବ ଚରଣ କାଟ, ପରାମର୍ଶ ଦାତା ଭାବେ ଧନେଶ୍ଵର ଛତର୍, ନରହରି ଜାଲ୍, ଛନ୍ଦଚରଣ ପାୟା ସିଂ, ଜନ୍ମଜୟ ଖର୍ସେଲ ଆଦିଙ୍କୁ ଦାୟିତ୍ଵ ଦିଆଯାଇଥିଲା।
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in