ରାୟଗଡ,୨୯/୭: ମହାମାରୀ କରୋନା ବିପତ୍ତି ସମୟରେ ଲକଡାଉନ ଓ ସଟଡାଉନ ବେଳେ ବୁଧବାର ଦିନ ଭିଡିଓ ରିଲିଜ ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏଥିରେ ରାୟଗଡ ଜିଲ୍ଳାରେ ମାଟ୍ରିକ ପାସହାର ୬୯.୬୦ ପ୍ରତିଶତ ରହିଥିବା ଜଣାପଡିଛି । ରାୟଗଡ ଜିଲ୍ଳାରେ ଚଳିତ ବର୍ଷ ୧୦୪୪୬ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷାରେ ୧୦୧୩୯ଜଣ ପରୀକ୍ଷା ଦେଇଥିଲେ । ଏଥିରୁ ୧୦୧୧୭ଜଣଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ୨୨ଜଣ କପି କରି ଧରା ପଡିଥିଲେ । ସେହିପରି ଜିଲ୍ଳାରେ ୨୦୨ଟି ସ୍କୁଲକୁ ନେଇ ୪୮ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ପରୀକ୍ଷା ବେଳେ ୨୮୯ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ୩୪୩୪ଜଣ ଛାତ୍ର ଓ ୩୬୨୩ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ମାଟ୍ରିକ ପରୀକ୍ଷା ଫଳାଫଳରେ ଚଳିତ ବର୍ଷ ଜିଲ୍ଳାରୁ ଏ-୧ ବର୍ଗରେ ୫ଜଣ, ଏ-୨ରେ ୬୫ଜଣ, ବି-୧ରେ ୧୩୮ଜଣ, ବି-୨ରେ ୨୫୧ଜଣ, ସି-ରେ ୪୮୩ଜଣ, ଡି-ରେ ୧୨୫୯ଜଣ, ଇ-ରେ ୪୮୫୬ ଓ ଏଫ ବର୍ଗରେ ୩୦୬୦ ଜଣ ପାସ ହୋଇଛନ୍ତି । ତେବେ ଏ-୧ରେ ପାସ ହୋଇଥିବା ୫ଜଣଙ୍କ ମଧ୍ୟରେ ଜିଲ୍ଳାର କାଶିପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସତ୍ୟବ୍ରତ ନାୟକ ୫୭୭ ନମ୍ବର ମାର୍କ ରଖି ୯୬.୨ପ୍ରତିଶତ ହାସଲ କରି ଜିଲ୍ଳାରେ ଟପ୍ପର ହୋଇଥିବା ବେଳେ ଗୁମୁଡା ଡିବିପି ସ୍କୁଲର ଛାତ୍ର ପଦ୍ମଲୋଚନ ମିଶ୍ର ୯୪.୩ ପ୍ରତିଶତରେ ୫୬୮ ମାର୍କ ରଖି ଦ୍ୱିତୀୟ, ଡେରିଗାଁ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ଗୁଡଲା ସାଇଶ୍ରୀ ସୁବୁଦ୍ଧି ୯୧.୨ ପ୍ରତିଶତରେ ୫୪୭ ନମ୍ବର ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗୁଣପୁର ସ୍ଥିତ ମରାଠିଗୁଡାର ଶହୀଦ ଲକ୍ଷ୍ମଣ ନାୟକ ମେମୋରିଆଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନାଲିସା ସାହୁ ୯୦.୬ ପ୍ରତିଶତରେ ୫୪୪ ନମ୍ବର ରଖି ଚତୁର୍ଥରେ ଓ ସୋନୁ ଶେଖର ପୃଷ୍ଟି ୯୦ ପ୍ରତିଶତରେ ୫୪୦ମାର୍କ ରଖି ପଂଚମ ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି । ଜିଲ୍ଳାର ବିଭିନ୍ନ ମହଲରୁ ମାଟ୍ରିକ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତାର ସୂଅ ଛୁଟୁଥିବା ବେଳେ ରିଜଲ୍ଟକୁ ନେଇ ପାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in