ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଚେତନତା କର୍ଯ୍ୟକ୍ରମ 

ରାୟଗଡ,୨୯/୭ : ରୟଗଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଦ୍ୱାରା ରାୟଗଡା ଜିଲ୍ଳା ଉପାନ୍ତ ଅଞ୍ଚଳରେ ଥିବା ହାଲୁଆ ପଞ୍ଚାୟତ ବାରିଜଲ୍ଲା ଗ୍ରାମରେ ସଂଘର ସମ୍ପାଦକ ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ଏକ ସାମାଜିକ ସଚେତନତା କର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲାରେ ହୁ ହୁ ହୋଇ କିଛି ଦିନ ହେବ କରୋନା ଭଳ ମହାମାରୀ ତାଣ୍ଡବ ରଚିଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁଡିକରେ ଥିବା ସାଧାରଣ ଜନତାଙ୍କ ନିକଟରେ ମହାମାରୀର କଟକଣା ସମ୍ବନ୍ଧରେ ସଚେତନର ବାର୍ତ୍ତା ପହଞ୍ଚାଇବା ପାଇଁ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଘର କାର୍ଯ୍ୟ କାରିଣୀ ସଭ୍ୟ ଦୟାନନ୍ଦ ଖାଡଙ୍ଗା ଗ୍ରାମରେ ସଙ୍ଘର ସମସ୍ତ ସଭ୍ୟ ମାନଙ୍କ ସହ ଉପସ୍ଥିତ ରହି ଏହି ରୋଗର ନିରାକରଣ ପାଇଁ ଗ୍ରାମ ବସି ମାନଙ୍କୁ ସାବୁନ ରେ ହାତ ଧୋଇବା ଓ ମାସ୍କ ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ ବୋଲି ବାର୍ତ୍ତା ଦେବା ସହ ସେମାନଙ୍କୁ ଏହାର ବ୍ୟବହାର ସମ୍ବନ୍ଧରେ ଶିଖାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଙ୍ଘର ପରିଚାଳନା ସମ୍ପାଦକ ମନୋଜ କୁମାର ସାହୁ ଗ୍ରାମବାସୀ ମାନଙ୍କୁ ମାସ୍କର ବଣ୍ଟନ ଓ ବ୍ୟବହାର ସମ୍ବନ୍ଧରେ ବୁଝାଇବା ସହ ସାନିଟାଇଜର ଓ ମାସ୍କ ବିତରଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ନିଜ ଗ୍ରାମରେ ପହଂଚାଇବା ଓ ଲୋକମାନଙ୍କୁ ସେଠାରେ ଏକତ୍ରିତ କରି ସଚେତନତା ଗ୍ରମବାସୀ ମାନଙ୍କ ନିକଟରେ ପହଁଚାଇବା ପାଇଁ ଗ୍ରାମର ମାଧବ ରାଓ ବିଡି଼କାଙ୍କ ପଦକ୍ଷେପ ପାଇଁ ସଂଘ ତରଫରୁ ତାଙ୍କୁ ପ୍ରଶଂସା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସରସ୍ବତୀ ବିଡ଼ିକା, ଅଙ୍ଗନବାଡି କର୍ମୀ ଉମାବତୀ ବିଡ଼ିକା, ଆଶାକର୍ମୀ ଏଜିଲା ବିଡ଼ିକା ଉପସ୍ଥିତ ରହି ସଂଘ ର ସଚେତନତା କାର୍ଯ୍ୟ ରେ ସହଯୋଗ କରିବା ସହ ଗ୍ରାମବାସୀ ମାନଙ୍କ ପାଇଁ ସଂଘ ଦ୍ଵାରା କରାଯାଇଥିବା ଏପରି ପଦକ୍ଷେପକୁ ପ୍ରଶଂସା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ସଂଘ ର ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ସଭାପତି ସୁରେଶ ଚନ୍ଦ୍ର ଦାସ, ଶ୍ରୀଧର କୁମାର ଚୌଧିରି, ପରମାନନ୍ଦ ପ୍ରଧାନ, ସନ୍ତୋଷ କୁମାର ପାଢ଼ୀ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ମାସ୍କ ଓ ସାନିଟାଇଜର ର ବ୍ୟବହାର ଶିଖାଇଥିଲେ ତତସହିତ ଗ୍ରାମବାସୀ ମନେ ଜିଲ୍ଲା ପ୍ରଶାସନ ଦ୍ୱାରା କରା ଯାଇଥିବା କରୋନା କଟକଣାକୁ ମାନିବା ପାଇଁ ପ୍ରତିଶୃତି ଦେବା ସହ ସଂଘ ଦ୍ୱାରା କରା ଯାଉଥିବା ଏପରି କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.