ଲାଞ୍ଜିଗଡ,୨୯/୭: ବ୍ଲକର ଲାଞ୍ଜିଗଡରୋଡ଼ ପଞ୍ଚାୟତରକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଟଙ୍କଧର ମାଝୀ । ଲାଞ୍ଜିଗଡରୋଡ଼ ପଞ୍ଚାୟତ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୧୦୬ ତା- ୨୯/୭/୨୦୨୦ ରିଖ ରେ ଉଲ୍ଲେଖ ରହିଛି ଯେ, ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜୁଲାଇ ୩୦ ତାରିଖ ଗୁରୁବାର ସକାଳ ୬ ଘଣ୍ଟା ଠାରୁ ସୋମବାର ୬ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ ।
ସୂଚନାଯୋଗ୍ୟ, ପଡୋଶୀ ରାୟଗଡା ଜିଲ୍ଲାରେ ତଥା କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ଦିନକୁ ଦିନ ବଢି ଚାଲିଥିବା ଯୋଗୁଁ ଲାଞ୍ଜିଗଡ଼ ବ୍ଲକର ଅନେକ ପଞ୍ଚାୟତ ସମୟକ୍ରମେ ସଟଡାଉନରେ ରହୁଛି । ବୁଧବାର ଲାଞ୍ଜିଗଡରୋଡ଼ ରେଲୱେ ଷ୍ଟେସନର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ଏହି ପଦକ୍ଷେପ ନେଇଥିବା ଜଣାଯାଏ ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in