ମନରେଗାରେ ଦୁର୍ନୀତି ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ଅଫିସ ସମ୍ମୁଖରେ ଧାରଣା

କୋକସରା,୨୯/୭: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଠାରେ ମନରେଗା କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତ ହୋଇଥିବା ଅଭିଯୋଗରେ ବୁଧବାର ଡାଳଗୁମା ପଞ୍ଚାୟତର ଗ୍ରାମବାସୀ ମାନେ କୋକସରା ବ୍ଲକ ସମ୍ମୁଖରେ ଅନଶନ ଓ ଗଣଧାରଣାର ଦେଇଛନ୍ତି । ଅଭିଯୋଗ ଅନୁସାରେ ଡାଳଗୁମା ପଞ୍ଚାୟତରେ ମନରେଗାରେ ହୋଇଥିବା ଜମି ମରାମତି, ରାସ୍ତା ନିର୍ମାଣ ଓ ଆବାସ ଘର ଯୋଜନାରେ ଚଞ୍ଚକତା କରି ପଞ୍ଚାୟତ ଜନପ୍ରତିନଧି ଓ କର୍ମଚାରୀ ସମେତ ବ୍ଲକ ପ୍ରଶାସନର କର୍ମଚାରୀ ମାନେ ମିଳିତ ଭାବେ ମନରେଗା କାମରେ ଶ୍ରମିକ ବଦଳରେ ମେସିନ ଲଗାଇ ବେନାମି ହୀତାଧିକାରୀ ମାନଙ୍କ ଏକାଉଣ୍ଟରେ ଟଙ୍କା ଜମା କରି ଅତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ମଧ୍ୟ ଗ୍ରାମବାସୀ ମାନେ ଧର୍ମଗଡ ଉପ-ଜିଲ୍ଲାପାଳ ସମତେ କଳାହାଣ୍ଡି, ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ଅଭିଯୋଗ କୁ ଏକ ମାସ ରୁ ଉର୍ଦ୍ଧ ଦିନ ହୋଇସାରିଥିବା ସ୍ଥଳେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ଗତ ୨୨/୭/୨୦ ତାରିଖ ଦିନ ପୁଣି ଥରେ ଗ୍ରାମବାସୀ ମାନେ କୋକସରା ବ୍ଲକ କାର୍ଯ୍ୟାଳୟରେ ପହଂଚି ବିଡିଓ ମନୀଷା ଦାସଙ୍କୁ ଏକ ଦାବିପତ୍ର ଦେଇ ଏକ ସପ୍ତାହ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଅନଶନ ଓ ଧାରଣରେ ବସିବା ପାଇଁ ଚେତାବନି ଦେଇଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ବ୍ଲକ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠା ନ ନେବାରୁ ବୁଧବାର ଡାଳଗୁମା ପଞ୍ଚାୟତର ଗ୍ରାମବାସୀ ମାନେ ଯୁବ ନେତା ଦିଗାମ୍ବର ଦୁରୀଆ ଙ୍କ ନେତୃତରେ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ଧାରଣରେ ବସିଛନ୍ତି ।

ବିଡିଓ ଅଫିସରେ ଅନୁପସ୍ଥିତ ଥିବା କରଣରୁ ମୂଖ୍ୟ କିରାଣୀ ଶଙ୍କର ମହାନନ୍ଦଙ୍କ ଜରିଆରେ ଏକ ଦାବୀପତ୍ର ଦେଇଛନ୍ତି । ବୁଧବାର ଅପରାହ୍ନରେ ଧାରଣାସ୍ଥଳକୁ କୋକସରା ବିଡିଓ ମନୀଷା ଦାସ ଓ ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ପହଞ୍ଚି ଧାରଣାରେ ବସିଥିବା ଗ୍ରାମବାସୀଙ୍କ ସହ ଆଲୋଚନା କରି ଧାରଣା ପ୍ରତ୍ୟାହୃତ କରିବାକୁ କହିଥିଲେ ଓ ତଦନ୍ତ ପ୍ରକ୍ରିୟା ପରେ ଏହି ଘଟଣା ରେ ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.