ପ୍ରଶାସନର ଜିଲ୍ଲା ସୀମାରେ ପହରା ଓ ଯାଞ୍ଚ

ରଖାଯାଉଛି ବାହାର ଜିଳ୍ଲାରୁ ଆସୁଥିବା ଯାତ୍ରୀ, ତଥା ବାହାର ଜିଲ୍ଲାକୁ ଯାଉଥିବା ଯାତ୍ରୀଙ୍କ ସଂପୂର୍ଣ୍ଣ ଠିକଣା

କଳାହାଣ୍ଡି,୩୦/୭(ହେମନ୍ତ ସାହୁ): କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ବ୍ଲକ ମ.ରାମପୁର ମଟୋଗଣ୍ଡା (ରାୟପୁର-ଗୋପାଳପୁର ଜାତୀୟ ରାଜପଥ-୫୯) ନିକଟରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କ ନେତୃତ୍ୱରେ ସୀମାରେ ପହରା ତଥା ଯାଂଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଯାଂଚ ପ୍ରକ୍ରିୟାର ଆରମ୍ଭ ସମୟରେ ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ମ.ରାମପର ଥାନା କର୍ମଚାରୀ, ତହସିଲ କର୍ମଚାରୀ ଓ ଶିକ୍ଷକମାନେ ଉପସ୍ଥିତ ରହିଥିଲେ । ଏହି ଯାଂଚ ସମୟରେ ବାହାର ଜିଳ୍ଲାରୁ ଆସୁଥିବା ଯାତ୍ରୀ, ତଥା ବାହାର ଜିଲ୍ଲାକୁ ଯାଉଥିବା ଯାତ୍ରୀଙ୍କ ସଂପୂର୍ଣ୍ଣ ଠିକଣା ରଖିବା ସହିତ ମାସ୍କ ଯାଂଚ କରାଯାଉଥିବା ଜଣାଯାଇଛି । ତେବେ ବିଶ୍ୱମହାମାରୀ କରୋନା ଏବେ ନିଜର କାୟା ବିସ୍ତାର କରିଚାଲିଥିବାବେଳେ ଏହାର ମୁକାବିଲା କରିବାକୁ କରୋନା ଯୋଦ୍ଧାମାନେ ମଧ୍ୟ ସବୁବେଳେ ପ୍ରସ୍ତୁତ ରହିଥିବା ଦେଖିବାକୁ ମିଳଛି । କରୋନାର ଭୟାବହତା ସତ୍ୱେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପୋଲିସ କର୍ମଚାରୀ, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ପଂଚାୟତିରାଜ ପ୍ରତିନିଧି, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଜୀବନକୁ ବାଜି ଲଗେଇ ଦେଇଛନ୍ତି । ଏହି ପ୍ରଶାସନିକ ତତ୍ପରତା ତଥା କର୍ତ୍ତବ୍ୟନିଷ୍ଠାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.