ମାଟ୍ରିକ ଟପ୍ପର୍ ଜିତେନଙ୍କୁ ଛାତ୍ର ବିଜେଡ଼ି ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ଵର, ୩୧/୭ : (କୃଷ୍ଣ କୁମାର ମହାନ୍ତି) ମାଟ୍ରିକ ପରୀକ୍ଷାରେ ରାଜ୍ୟର ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା ଜିତେନ୍ ମହାଳିକଙ୍କୁ ବିସିଜେଡି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଛାତ୍ର ବିଜେଡ଼ିର ଜୋନାଲ୍ ଉପ-ସଭାପତି ତଥା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଜିତେନ ପଢୁଥିବା କୋଚିଂ ସେଣ୍ଟରରେ ପହଞ୍ଚି ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆର୍ଥିକ ଅନଗ୍ରସର ଓ ପାରିବାରିକ ସଙ୍କଟ ମଧ୍ୟରେ ଥାଇ ମଧ୍ୟ ଜିତେନ୍ ସମସ୍ତ ବାଧାବିଘ୍ନକୁ ସାମ୍ନା କରି ସାରା ରାଜ୍ୟରେ ସଫଳତାର ଶୀର୍ଷରେ ପହଞ୍ଚି ଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଭବିଷ୍ୟତରେ ସେ ବୈଜ୍ଞାନିକ ହେବାର ସ୍ବପ୍ନ ରଖିଥିବା ବେଳେ ଉଚ୍ଚଶିକ୍ଷା ପାଇଁ ସଂଗଠନ ପକ୍ଷରୁ ସହାୟତାର କରାଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ଅନ୍ୟପକ୍ଷରେ ସଫଳତା ପାଇଁ ଜିତେନ୍ ତାଙ୍କର ପରିବାର, ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟିତ୍ରୀ ଓ କୋଚିଂ ଶିକ୍ଷକ ବାବୁ ସାର୍ ଙ୍କୁ ଶ୍ରେୟ ଦେଇଥିଲେ।

Udyog Nursery
Udyogi Nursery

ହରେକୃଷ୍ଣ ପ୍ରଧାନଙ୍କ ସମେତ ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଶିବଶଙ୍କର ପରିଡା, ବରୁଣ କୁମାର ମହାଳିକ, କମଳ ଲୋଚନ ମୈକାପ, ଏସ ବି ସିମ୍ରନ୍, ପ୍ରଦୀପ ମାରାଣ୍ଡି, କିରଣ ମଇ ଜେନା, ସୁବାସ ଗିରି, ରାକେଶ ବାରିକ, ସୁମତି ସିଂ ପ୍ରମୁଖ ଯୋଗଦେଇ ଜିତେନ୍ ଙ୍କୁ ଉତ୍ସାହିତ କରିଥିଲେ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.