ଲାଞ୍ଜିଗଡ଼: ଗୋପୀନାଥପୁର ଗାଁ ଗଉନ୍ତିଆ ତଥା ବିଶ୍ୱନାଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ନାୟକ(୬୩)ଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହ ଅସୁସ୍ଥ ଥିବାରୁ ଆଜିକୁ ୧୧ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।
ସେ ଜଣେ ସ୍ପଷ୍ଟ ବାଦୀ ଓ ସମାଜସେବୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ସେ କୁଲଆ ସମାଜର ଏକ ମାନ୍ୟଗୁଣ୍ୟ ବ୍ୟକ୍ତି ଥିଲେ। ବର୍ତ୍ତମାନ ଭୁବନେଶ୍ୱର ଠାରୁ ତାଙ୍କ ମୃତ ଦେହ ନିଜ ଗାଁ ଗୋପୀନାଥପୁରକୁ ଅଣାଯାଇଥିବା ବେଳେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ପରିବାରଙ୍କ ସହ ଅଞ୍ଚଳବାସୀ ଅପେକ୍ଷାରେ ରହିଛନ୍ତି।ତାଙ୍କ ବିୟୋଗରେ ଲାଞ୍ଜିଗଡ଼ର ବ୍ଲକର ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା, ସରକାରୀ, ବେସରକାରୀ କର୍ମଚାରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ନାଲାଞ୍ଜିଗଡରୁ ଦୁଃଖିଶ୍ୟା (ନିଲେଶ)ଙ୍କ ରିପୋର୍ଟ OdiaBarta.in