ସାମ୍ବାଦିକ ନିର୍ଭିକ ଓ କର୍ତବ୍ୟନିଷ୍ଠ ହେବା ଆବଶ୍ୟକ

ଓଡିଶା ପତ୍ରକାର ସଂଘର ୧୧ତମ ବାର୍ଷିକ ଉତ୍ସବ

ରାୟଗଡ (ଶିବ ନାରାୟଣ ଗୈାଡ): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜର ତୃଣମୂଳସ୍ତର ଲୋକଙ୍କ ସମସ୍ୟା ଠାରୁ ଆରମ୍ଭ କରି ଦୁର୍ନିତୀ ଗ୍ରସ୍ତ ଅଧିକାରୀଙ୍କ ମୁଖ୍ୟ ଖୋଲିବାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂ୍‌ର୍ଣ୍ଣ । ତେଣୁ ସାମ୍ବାଦିକମାନେ ନିର୍ଭିକ ଓ କର୍ତବ୍ୟନିଷ୍ଠା ଭାବେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଓଡିଶାର ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଶନ ପରିଷଦର ଉପଦେଷ୍ଠା ରାମଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରବିବାର ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଲାୟନ୍ସ କ୍ଳବ ସମ୍ମିଳନୀ କକ୍ଷରେ ଓଡିଶା ପତ୍ରକାର ସଂଘର ୧୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଥିଲେ ଯେ,ସାମ୍ବାଦିକମାନେ ନିଷ୍ଠା ଓ କର୍ତବ୍ୟର ସହକାର୍ଯ୍ୟରେ ସମାଜର ଅବହେଳିତ ଲୋକଙ୍କ କଥା ଲୋକ ଲୋଚନକୁ ଆସିପାରିବ,ସାମ୍ବାଦିକ ଏଥିପ୍ରତି ସଜାଗ ହୋଇ କାର୍ଯ୍ୟ କରିବା ଉଚିତ । ଅନ୍ୟରାଜ୍ୟ ଅପେକ୍ଷା ଓଡିଶାର ସାମ୍ବାଦିକ ଅବହେଳିତ ଭାବେ ଅଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ଗୁରୁତ୍ୱ ଦେଇଛନ୍ତି । ସ୍ୱାସ୍ଥ୍ୟବୀମା ଠାରୁ ଆରମ୍ଭ କରି କଲ୍ୟାଣ ପାଣ୍ଠି ଗଠନ କରିଛନ୍ତି । କୋଭିଡ ଯୋଦ୍ଧାଙ୍କୁ ଉପଯୁକ୍ତ ସମ୍ମାନ ମଧ୍ୟ ଦେଇଛନ୍ତି । ତେବେ ପତ୍ରକାର ସଂଘ ସାମ୍ବାଦିକଙ୍କୁ ସଂଗଠିତ କରି ଯେଭଳି କାର୍ଯ୍ୟ କରୁଛି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ପଣ୍ଡା କହିଥିଲେ ।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାୟଗଡ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ସାମ୍ବାଦିକମାନେ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଘର ରାଜ୍ୟ ସାଧାରଣ ସଂପାଦକ ରାମଦାସ ଲିମା ସଂପାଦକୀୟ ବିବରଣୀ ପାଠ କରିଥିଲେ । ସେହିପରି ସଂଘର ସଭାପତି ଅବିନାଶ ମିଶ୍ର ଅତିଥିଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ସଭାକାର୍ଯ୍ୟ ପୂର୍ବରୁ ଦିବଙ୍ଗତ ସାମ୍ବାଦିକ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଏଥିସହ କୋଭିଡ ଯୋଦ୍ଧା ସମ୍ମାନରେ ଡାକ୍ତର, ସେବିକା, ପୋଲିସ, ଅଙ୍ଗନୱାଡି ଓ ଆଶା କର୍ମୀ, ସୁଇପର ଏବଂ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ସଂଘର ମୁଖପତ୍ର ପତ୍ରକାର-୨୦୨୦କୁ ଉନ୍ମୋଚନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ କୋଭିଡ-୧୯ଗାଇଡଲାଇନ ପ୍ରକାରେ ଅନୁଷ୍ଠିତ ହୋଇଥିବା ବେଳେ ସଂଘର ସବୁ ଜିଲ୍ଳାର ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂଘର ଉପସଭାପତି ସୁରେଣ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.