ଲାଞ୍ଜିଗଡ଼ ବ୍ଲକ ଡମ୍ ସମାଜ ବିକାଶ ପରିଷଦ ତରଫରୁ ଗ୍ରାମାଞ୍ଚଳ ସଭା

ଲାଞ୍ଜିଗଡ: ରାଜ୍ୟର ଅଗ୍ରଣୀ ଅନୁସୂଚିତ ଜାତି ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଆନୁକୂଲ୍ୟରେ ଲାଞ୍ଜିଗଡ ବ୍ଲକ ଡମ୍ ସମାଜ ବିକାଶ ପରିଷଦ ପକ୍ଷରୁ ଆଜି ଲାଞ୍ଜିଗଡସ୍ଥିତ ମହାଦେବ ପଡାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ବର୍ଗ ମଧ୍ୟରେ ଶିକ୍ଷା ଓ ସଚେତନତାର ବୃହତ୍ତ ଲକ୍ଷ୍ୟ ନେଇ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ସମାଜସେବୀ ସୁଗ୍ରୀବ ଦୀପ, ନର୍ଲା ବ୍ଲକ ଡମ୍ ବିକାଶ ପରିଷଦ ପକ୍ଷରୁ ରାମସ୍ୱାମୀ ନାଏକ, ଜୟ କୁମାର ନାଏକ, ଲାଞ୍ଜିଗଡ ବ୍ଲକ ଡମ ସମାଜ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀବତ୍ସ ତାଣ୍ଡି, ଉପସଭାପତି ହରିହର କୁମାର, ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ସଦାନନ୍ଦ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଲାଞ୍ଜିଗଡ ବ୍ଲକ ଡମ୍ ସମାଜ ବିକାଶ ପରିଷଦର ଉପଦେଷ୍ଟା ଉଦୟ କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମାଜର ଉନ୍ନତି ପାଇଁ ଶିକ୍ଷା, ସଚେତନତା ଓ ସଂସ୍କାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସଭାରେ ବନମାଳୀ ତାଣ୍ଡି, ଦାଶରଥି ତାଣ୍ଡି, ବିଶିକେଶନ ମଙ୍ଗରାଜ, ଶୀତ ନାଏକ, ବିଜୟ ନାଏକ, ବସନ୍ତ ନାଏକଙ୍କ ଅନେକ ସମାଜପ୍ରେମୀ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.