ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଅନଲାଇନ ଆଲୋଚନା ଚକ୍ର

ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଏକ ସାନ୍ଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ବିଷୟ ଥିଲା “ପୁରାତନ ଓ ସାମ୍ପ୍ରତିକ ସାହିତ୍ୟର ତୁଳନାତ୍ମକ ଆକଳନ”। ମୁଖ୍ଯ ଅତିଥିଙ୍କ ଆସନ ଅଳଙ୍କୃତ କରିଥିଲେ ଓଡ଼ିଶାର ଆଗଧାଡିର କବି ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ତଥା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ବ୍ରତତୀ ପତ୍ରିକାର ସମ୍ପାଦକ ବେଲପଡା ,ବଲାଙ୍ଗୀରର ସାରସ୍ୱତ ସାଧକ ନିରଞ୍ଜନ ବେହେରା। ଭୁବନେଶ୍ୱରର ସାରସ୍ୱତ ସାଧକ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟାଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ମୁଖ୍ୟ ଅତିଥି ତାଙ୍କ ଦୀକ୍ଷାନ୍ତ ଅଭିଭାଷଣରେ ସାହିତ୍ୟକୁ କାଳଜୟୀ କରିବାକୁ ହେଲେ ଜନଭାଷା ତଥା ଆଞ୍ଚଳିକ ଭାଷାର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରାକ ସାହିତ୍ୟ, ଚର୍ଯ୍ୟା ସାହିତ୍ୟ,ଶାରଳା ସାହିତ୍ୟ,ଭଞ୍ଜ ସାହିତ୍ୟରୁ ଆରମ୍ଭ କରି ସୀତାକାନ୍ତ ମହାପାତ୍ର, ସନ୍ତୋଷ ତ୍ରିପାଠୀ, ମନୋଜ ଦାସ, ବ୍ରଜନାଥ ରଥ ଇତ୍ୟାଦି କାଳଜୟୀ ସ୍ରଷ୍ଟା ମାନଙ୍କ ଉଦାହରଣ ଦେଇ ସେ ସେହିପରି ସାହିତ୍ୟ ସୃଷ୍ଟି ପାଇଁ ଭାବ ବିହ୍ବଳ କଣ୍ଠରେ ଆହ୍ବାନ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ବ୍ଯକ୍ତି ନୁହେଁ ସମଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ବେହେରା କେବଳ ସମ୍ମାନ ପଛରେ ନ ଧାଇଁ ସୁସାହିତ୍ୟ ସୃଷ୍ଟି କରି ତାହାର ସମୀକ୍ଷା ଆଲୋଚନା ଇତ୍ୟାଦି ଉପରେ ଗୁରୁତ୍ୱ ଦେଇ ଲେଖିବାକୁ ସୁପରାମର୍ଶ ଦେଇଥିଲେ। ତାଙ୍କ ମତରେ ନିଷ୍ଠାର ସହିତ ରଚନା କଲେ ଆମେ ମଧ୍ଯ କାଳଜୟୀ ସ୍ରଷ୍ଟା ହୋଇପାରିବା ବୋଲି ସୁପରାମର୍ଶ ଦେଇଥିଲେ। ସମ୍ପାଦିକା ଶ୍ରୀମତି ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ତଥା ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ। ବିପିନ ବିହାରୀ ବାରିକଙ୍କ ମଞ୍ଚ ପରିଚାଳନା ଶବ୍ଦର ଦୀପାବଳିମୟ ପରିବେଶ ସୃଷ୍ଟି କରିଥିଲା। ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ତଥା ବିଶ୍ଵେଶ୍ଵର ମାଝୀଙ୍କ ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ସାନ୍ଧ୍ୟ ଆସରରେ ଯାଜପୁର ବିନୋଦିନୀ ଦାଶ, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ଭୁବନେଶ୍ୱରରୁ ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ମାଳା ରାଉତ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ନିଳିମା ଦେଶୁଆରୀ, ଜଗନ୍ନାଥ ବାରିକ, ନବରଙ୍ଗପୁରରୁ ନଗେନ୍ଦ୍ର କୁମାର ରାଉତ, ରେଣୁକା ସାମଲ, ଶ୍ରୀକୁମାର, ଅଂଶୁମାନ ସ୍ଵାଇଁ, କେନ୍ଦୁଝରରୁ ସହଦେବ ବେହେରା, ବୈଜୟନ୍ତୀ ସାହୁ, ପୁରୀର ଆଶିଷ କୁମାର ସ୍ଵାଇଁ, ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପ୍ରଭାସ ଚୌଧୁରୀ, ବିଜୟ କୁମାର ସ୍ଵାଇଁ, ରାଜେନ୍ଦ୍ର ଗିରି, ପ୍ରିୟଦର୍ଶିନୀ ଷଢ଼ଙ୍ଗୀ, ତପସ୍ଵିନୀ ପରିଡା, ପୂର୍ଣ୍ଣିମା ସିଂ, ତନୁଶ୍ରୀ ମହାପାତ୍ର, ସନ୍ତୋଷ ପରିଡା, ମହାରାଷ୍ଟ୍ରରୁ ନିର୍ମଳ ନାୟକ, ତେଲେଙ୍ଗାନାରୁ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର, ସିଦ୍ଧାର୍ଥ କୁମାର, ନବରଙ୍ଗପୁରରୁ ସାଗର ପରିଡ଼ା,ଗୋପାଳ କୃଷ୍ଣ ଆଧ୍ୟାତ୍ମିକ ପରିବାରର ପ୍ରତିଷ୍ଠାତା ରଞ୍ଜନ କୁମାର ପଣ୍ଡା, କଟକରୁ ମନୋରମା ମହାପାତ୍ର, କଳାହାଣ୍ଡି ରୁ କାହ୍ନୁ ଚରଣ ସାହୁ, ଗଞ୍ଜାମରୁ ଅଜିତ କୁମାର ମହାପାତ୍ର,ସୋନପୁର ବଲାଙ୍ଗୀରରୁ ଦେବେନ୍ଦ୍ର କୁମାର ନାଏକ, ପ୍ରମୁଖ କବି କବୟତ୍ରୀ ସେମାନଙ୍କ ନିଜସ୍ବ କବିତା/ପ୍ରବନ୍ଧ ପରିବେଷଣ କରିବା ସହ ମୁଖ୍ୟ ଅତିଥିଙ୍କ ବକ୍ତବ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ।

ଅତିଥି ମାନେ ଏ ଭଳି କାର୍ଯ୍ୟକ୍ରମ ଆୟୋଜନ ଦେଖି ଆନନ୍ଦିତ ହେବା ସହ ସାହିତ୍ୟିକ କବି ବନ୍ଧୁ ପରିବାରର ଉତ୍ତରୋତ୍ତର ଉନ୍ନତି କାମନାର୍ଥେ ଶୁଭବାର୍ତ୍ତା ପ୍ରଦାନ କରିଥିଲେ ଏବଂ ପରିବାର ସହ ସାହିତ୍ୟ କ୍ଷେତ୍ରରେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ବିପିନ ବିହାରୀ ବାରିକଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ତଥା ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.