କଳାହାଣ୍ଡି SPଙ୍କୁ ସାକ୍ଷାତ କଲେ ଯୁବ ଯାଦବ ମହାସଭା କାର୍ଯ୍ୟକର୍ତ୍ତା

କଳାହାଣ୍ଡି: ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣା ବିବେକ ଏମ୍ ଙ୍କୁ ସାକ୍ଷାତ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର କାର୍ଯ୍ୟକର୍ତ୍ତା। ଆଜି ଜିଲ୍ଲା ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭବାନୀପାଟଣା ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ନୂତନ ଏସ୍.ପି. ଡ଼ା. ଶ୍ରବଣା ବିବେକ ଏମ୍ ଙ୍କୁ ସାକ୍ଷାତକରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, କୃତିବାସ ବେମାଲ, ଇଶ୍ବର ଚନ୍ଦ୍ର ବଗର୍ତ୍ତି, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, କୋଷାଧ୍ୟକ୍ଷ ସନ୍ତାସ ବାଗ, ସହ ସମ୍ପାଦକ ତ୍ରିଲକ୍ଷ ନାଏକ, ହିମାଞ୍ଚଲ ରାଉତ, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ କୁମାର ନାଗ, ମିଡିଆ ସେଲ୍ ସଂଯୋଜକ ସୁରଥ ହେର୍ଣ୍ଣା ଏବଂ ଯୁବ ଯାଦବ ତୁଲମଣୀ ନାଗ, ଯୋଗେନ୍ଦ୍ର ହଂସ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.