ବୟାଳିଶମୌଜା ଯାଦବ ମହାସଭାର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର ବେହେରା ଏବଂ ତାଙ୍କ ଦୁଇ ପୁତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

କଟକ: କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ବରାଳ ଗ୍ରାମର ସାହି ମୁରବୀ, ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ବୟାଳିଶମୌଜ଼ା ଯାଦବ ମହାସଭାର ବରିଷ୍ଠ କାର୍ଯ୍ୟକର୍ତା ସ୍ୱର୍ଗତ ରାମଚନ୍ଦ୍ର ବେହେରା ଏବଂ ତାଙ୍କ ଦୁଇ ସୁପୁତ୍ର ସ୍ୱର୍ଗତ ଗଙ୍ଗାଧର ବେହେରା ଓ ସ୍ୱର୍ଗତ ଶରତ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବିଭିନ୍ନ ସଂଗଠନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ନାଟ୍ୟକାର ଅଶୋକ କୁମର ପଟ୍ଟନାୟକ, ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା, କବୟିତ୍ରୀ ପ୍ରତିଭା ଶତପଥୀ, ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁର ଯାଜପୁର ଜିଲ୍ଲା ସଂଯୋଜକ ତଥା ବିସିଟିର ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର, ୬ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ନାଥ ବେହେରା, ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ସେଠୀ, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ପ୍ରାଧ୍ୟାପକ ଏସ କେ କଲିମୁଲ୍ଲା, ବିସିଟି ସମ୍ପାଦକ ପ୍ରିନ୍ସ ନନ୍ଦ, ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ, ଉତ୍କଳ ୟୁଥ ଟ୍ରଷ୍ଟ-ବାଙ୍ଗାଲୋର ସଭାପତି ଡକ୍ଟର ମନୋଜ ବଳ ପ୍ରମୁଖ ଶୋକପ୍ରକାଶ ସହ ଅମର ଆତ୍ମାମାନଙ୍କର ସଦଗତି ପାର୍ଥନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ ବରାଳ ଗ୍ରାମର ଯାଦବ କୂଳ ମୁରବୀଭାବେ ସ୍ୱର୍ଗତ ରାମଚନ୍ଦ୍ର ଲଷ୍ମୀନାରାୟଣ ପୂଜା କମିଟି, କାଳୀପୂଜା କମିଟି ଆଦି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥାଇ ପବିତ୍ର ଦୋଳପୂର୍ଣିମା ସମୟରେ ଗୋପାଳ ସମ୍ପ୍ରଦାୟର ଯୁବପ୍ରତିଭା ମାନଙ୍କୁ ନେଇ ଲଉଡି ଖେଳ ପ୍ରଦର୍ଶନ କରି ଗ୍ରାମାଞ୍ଚଳ କଳା, ସ୍ଥାପତ୍ୟ, ପରମ୍ପରାକୁ ବଜାଇ ରଖି ଭାଇଚାରା ସୃଷ୍ଟିକରି ଜନମାନସରେ ପ୍ରିୟଭାଜନ ହୋଇପାରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.