କର୍ଲାମୁଣ୍ଡା,୨୭/୦୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେନ୍ଦୁପତ୍ର ବନଖଣ୍ଡ ଅନ୍ତର୍ଗତ ମ, ରାମପୁର ରେଞ୍ଜ ଅଧୀନରେ ଆଜି ମଦନପୁର ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ କଳାହାଣ୍ଡି ଜିଲ୍ଲା ଏସିଏଫ ନରହରି ସ୍ୱାଇଁ, ମ. ରାମପୁର ରେଞ୍ଜର ଅଶୋକ ନନ୍ଦ, କିରାଣୀ ଲୋହାର, ଫରେଷ୍ଟର ଶୁଭେନ୍ଦୁ ବିଶି ପ୍ରମୂଖ ଯୋଗଦେବା ସହ କେନ୍ଦୁପତ୍ର ସମୟୀକ କର୍ମଚାରୀ, ତୋଳାଳୀ ତଥା ବନ୍ଧେଇ ଶ୍ରମିକ ମାନଙ୍କୁ କେନ୍ଦୁପତ୍ର ସଂଗ୍ରହ ଯଥା, ବୁଦା କାଟିବା, ସଠିକ ପତ୍ର ନିରୂପଣ ତଥା କିଣିବା, ଠିକ ଭାବେ ଶୁଖାଇ ସେଗୁଡିକୁ ଯତ୍ନର ସହ ରଖିବା ସହ ଉପଯୁକ୍ତ ପତ୍ର ଗୁଡିକୁ ବାନ୍ଧିବା ଆଦି କେତେକ ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ଏକ ଶହ ରୁ ଉର୍ଦ୍ଧ କର୍ମଚାରୀ ଯୋଗ ଦେଇଥିବା ବେଳେ କେତେକ କେନ୍ଦୁ ପତ୍ର ତୋଳାଳୀ ମଧ୍ୟ ଯୋଗ ଦେଇଥିଲେ।
Report by Nabin Kishor Sahu, Karlamunda Correspondent odiabarta.in