ଯୁବ ସମାଜ ମାନବ ସଭ୍ୟତାର ଦର୍ପଣ ସଦୃଶ୍ୟ : ମନୋଜ ପଟ୍ଟନାୟକ

କର୍ଲାମୁଣ୍ଡା ୨୭/୦୧: ଯୁବ ସମାଜ ମାନବ ସଭ୍ୟତାର ଦର୍ପଣ ସଦୃଷ୍ୟ । ଯୁବ ସମାଜ ସବୁ ସମୟରେ ସାମାଜିକ ଚେତନା ବୃଦ୍ଧି ସହ, ଅର୍ଥନୈତିକ ଅବିବୃଦ୍ଧିର କର୍ଣ୍ଣଧାର ସାଜି ଆସିଛି । ସାମାଜ ଜଣେ ଯୁବକ ଠାରୁ ବହୁତ କିଛି ଆଶା କରିଥାଏ ତେଣୁ ଯୁବ ସମାଜ ସୁସଂଗଠିତ ଭାବେ ଏକ ଉତ୍ତମ ସମାଜ ନିର୍ମାଣରେ ସହଭାଗି ହେବା ଉଚିତ ବୋଳି ଯୁଗଜ୍ୟୋତି ୟୁଥ ବ୍ଲକର ବାର୍ଷିକ ଉତ୍ସବ ଅବସରରେ ଯୁବ ନେତା ମନୋଜ ପଟ୍ଟନାୟକ ମତପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଵ୍ଲକ ଅନ୍ତର୍ଗତ ଵଡଡୁଙ୍ଗୁରିଗୁଡା ସ୍ଥିତ ଯୁଗଜ୍ୟୋତି ୟୁଥ୍ କ୍ଲବର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଯୁବ ସଙ୍ଗଠନ ତଥା ସମାଜସେବୀ ମନୋଜ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହର ଶୁଭ ଉଦଘାଟନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଅନୁଷ୍ଠାନର ସଭାପତି ମଦନ ସେଠଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଦିବାସୀ ନେତା ପରମେଶ୍ବର ଶବର,ଯୁଗଜ୍ୟୋତି ୟୁଥ କ୍ଲବର ସମ୍ପାଦକ ଅରବିନ୍ଦ ଗହିର, ସମାଜସେବୀ ମନୋଜ କୁମାର ସାହୁ,ଦିଲିପ ମିଶ୍ର ପ୍ରମୂଖ ଯୋଗଦେଇ । ଏହି ବାର୍ଷିକ ଉତ୍ସବରେ ମନୋଜ ପଟ୍ଟନାୟକଙ୍କ ନେତୃତ୍ଵରେ ୪୨ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଶିତ ବସ୍ତ୍ର ପ୍ରଦାନ କରାଯାଇଥିଲା ଓ ରାମ ନବମୀର ପୁରୁଖା କଳାକାର ଲଛିନ୍ଦ୍ର ଗହିର,ଲକ୍ଷ୍ମଣ ଭୋଇ, କ୍ଷେତ୍ର ମଣି ଗହିର ଓ ପ୍ରଫୁଲ୍ଲ ମିଶ୍ରଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।

Udyog Nursery
Udyogi Nursery

ଡୁଡକାରଞ୍ଜା ଆଦିବାସୀ ସଚେତନତା ସଭା :

ଅଖିଳ ଭାରତୀୟ ଗୋଣ୍ଡୱାନ ଗୋଁଣ୍ଡ ଆୟୋଜନ

ମନୋଜ ପଟ୍ଟନାୟକଙ୍କ ମାରାଥନ ଜନସଂପର୍କ କାର୍ଯ୍ୟକ୍ରମରେ ସାମିଲଥିଲା ରାମପୁର ଓ କର୍ଲାମୁଣ୍ଡାର ଅନେକ ଗ୍ରାମ୍ୟ ଗସ୍ଥ । ଏହି ଅବସରରେ ବାରବନ୍ଧା ଡୁଡକାରଞ୍ଜା ସିଂହବାହିନୀ ମନ୍ଦିର ଠାରେ ଆଦିବାସୀ ସଚେତନତା ସଭାରେ ଏକତ୍ରିତ ହୋଇଥିବା ହଜାର ହଜାର ଲୋକଙ୍କ ସମ୍ବୋଧିତ କରିଥିଲେ । ଏହି ସଭାରେ ସମାଜସେବୀ ତ୍ରିନାଥ ନାଏକ, କଳାହାଣ୍ଡି ଗଣ୍ଡ ସମାଜ ର ମହାସଚିବ ପଦ୍ମନପାତ୍ର, ସଚିବ ଲୋଚନ ଧାରୁଆ, କଳାହାଣ୍ଡି ଗଣ୍ଡ ସମାଜର ସଭାପତି କହ୍ନେଇ ପାତ୍ର, ସମାଜସେବୀ ରଞ୍ଜନ କୁମାର ମହାପାତ୍ର ପ୍ରମୂଖ ଯୋଗଦେଇଥିଲେ।

ଏହାସହ ମନୋଜ ପଟ୍ଟନାୟକ ଗୋଟିଏ ଦିନ ମଧ୍ୟରେ ସାଲେପାଲି, ଲଇତରା, କର୍ଲାମୁଣ୍ଡା, ସୁରୁଜୁଲି ଆଦି ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in


For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.