ଟିଟିଲାଗଡ ରବି ଦାସ ଭବନ ଠାରେ ଗଣତନ୍ତ୍ର ଦିବସ ସମାରୋହ 

ଟିଟିଲାଗଡ,୨୭/୧: ବି.ଆର୍ ଆମ୍ବେଦକର ଯୁବକ ସଂଘ ଦ୍ବାରା ରବି ଦାସ ଭବନ ସମ୍ମୁଖ ମେହେର ପଡା,ସର୍ଗିଗୁଡା ଠାରେ ଆନନ୍ଦ ଉଲ୍ଲାସର ସହିତ ବହୁ ଆଡମ୍ବର ରେ ଗଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଥିଲା । ଯୁବକ ସଂଘ ର ସଭାପତି ଶ୍ରୀଯୁକ୍ତ ବିଜୟ ମେହେର ଙ୍କ ସଭାପତିତ୍ବରେ ଉକ୍ତ ଜୀତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀ ତଥା ଅଞ୍ଚଳର ବିକାଶ ପାଇଁ ଉଦବୋଧନ ଦେଇଥିଲେ ।

ସନ୍ଧ୍ୟା ରେ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାବେ ଟିଟିଲାଗଡ ଉପ ଜିଲ୍ଲାପାଳ ମହୋଦୟ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୋଳାବାରୁଦ କାରଖାନା ର କର୍ମଚାରୀ ଶ୍ରୀଯୁକ୍ତ ପ୍ରଦୀପ ତାଣ୍ଡି, ଟଙ୍କଧର ତାଣ୍ଡି, ମୁରିବାହାଲ ଷ୍ଟେସନ ମାଷ୍ଟର ପି.କେ ବେହେରା, ଅଧ୍ୟାପକ ଟେଲାରାମ୍ ମେହେର ଏବଂ ମୁଖ୍ୟ ବକ୍ତା ଭାବେ ବିଜୟ ମେହେର ଯୋଗଦେଇଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ନୃତ୍ୟ ପ୍ରତିଯୋଗିତା ଏବଂ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ରେ ହୋଇଥିବା କ୍ରୀଡା ପ୍ରତିଯୋଗିତା ଉଭୟ କାର୍ଯ୍ୟକ୍ରମ ମାନଙ୍କରେ ରେ ବିଜୟୀ ହୋଇଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସୋନୁ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ଦଳଗଞ୍ଜନ ନାଗ ସମସ୍ତଙ୍କୁ ଧନ୍ୟବାଦ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବି.ଆର୍ ଆମ୍ବେଦକର ଯୁବକ ସଂଘ ର ସଦସ୍ୟବୃନ୍ଦ ତଥା ବହୁ ଜନସମାଗମ ହୋଇଥିଲା ।

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.