ଉଦଯାପିତ ହେଲା ୩୧ତମ ଚନ୍ଦ୍ରଭାଗୋତ୍ସବ

କଥା-କବିତା-ନାଟକ-ପାଠକର ହେଲା ଚୌବନ୍ଦୀ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ଆଜି ଚନ୍ଦ୍ରଭାଗୋତ୍ସବ ଉଦଯାପିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ମଞ୍ଚ ପରିଚାଳନା କରିଥିଲେ ଅରୁଣାଂଶୁ ପାଣିଗ୍ରାହୀ ଏବଂ ରୋନାଲିସା ପଣ୍ଡା। ଏଥିରେ ସଞ୍ଜୁ ସାହୁ ଓ ମୀନାରାଣୀ ସାମଲ ଅତିଥି ଭାବରେ ଯୋଗ ଦେଇଥିଲେ। ଏସ୍ କେ ରାଜା ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ‘ୟଙ୍ଗ୍ ହାର୍ଟ’ ତରଫରୁ ମାକ୍ସ୍ ପେଣ୍ଟିଂ ଚିତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମରୁତ ରାଉତ, ସନ୍ତୋଷ କୁମାର ମହାରଣା, ସ୍ଲଗାନ, ସାଇସ୍ମିତା ମାଝି, ସସ୍ମିତା ପାଣି, କବିତା ଦତ୍ତ, ଦେବାଶିଷ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅପରାହ୍ନ ଅଧିବେଶନରେ ରାଜ୍ୟସ୍ତରୀୟ ‘କଥା-କଵିତା -ନାଟକ-ପାଠକ’ ଚୌବନ୍ଦୀ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ‘ଚନ୍ଦ୍ରଭାଗା’ର ମୁଖ୍ୟ କଵି ଶ୍ରୀଦେବ ଓ ସତ୍ୟ ସାହୁ। ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ନାଟ୍ୟକାର ରାଜୀବ ପାଣି ଓ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ। କାର୍ଯ୍ୟକ୍ରମ ଆଲୋଚନାରେ ଚିନ୍ମୟୀ ଵାରିକ, ନିହାରିକା ମଲିକ, ସୁଶିଲ ପ୍ରଧାନ, ଅମୀୟ ଵେଜ୍, ପ୍ରଶାନ୍ତ ମଲ୍ଲିକ, ରାଜେନ୍ଦ୍ର ଗିରି, ଡକ୍ଟର ଦିଲ୍ଲିପ ରଥ, ସଂଜୟ ପଣ୍ଡା, ଅମ୍ଵିକେଶ ରାଉତ, ସ୍ନେହଲତା ଦାସ ଲେଙ୍କା, ନରେନ ଦାସ, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଭାଗ ନେଇଥିଲେ। ଶୋଭାରାମପୁର କଲେଜ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଅଭିନୀତ, ସୌମ୍ୟରଞ୍ଜନ ପ୍ରଧାନଙ୍କ ନିଦ୍ଦେର୍ଶନାରେ ନାଟକ ‘ବାପା’ ଏବଂ ସୁଶାନ୍ତ କୁମାର ଦାସଙ୍କ ଅଭିନୀତ ନାଟକ ‘ଯୁଯୁତ୍ସୁ’ ପରିଵେଷଣ ହୋଇଥିଲା।

Udyog Nursery
Udyogi Nursery

ସେହିପରି ସାନ୍ଧ୍ୟ ଅଧିବେଶନରେ ପ୍ରାକ୍ ଭାଷଣ ଦେଇଥିଲେ ‘ଚନ୍ଦ୍ରଭାଗା’ର ନିର୍ଦ୍ଦେଶକ କବି ଶ୍ରୀଦବ। ଏଥିରେ ଅତିଥି ଭାବରେ ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ, ରବୀନ୍ଦ୍ର ରାୟ, ‘ଚିତ୍ରଦର୍ପଣ’ର ସଂପାଦକ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡା, ରାଜୀଵ ପାଣି ପ୍ରମୁଖ ଯୋଗ ଦେଇଥିଲେ। ପୌରୋହିତ୍ୟ କରିଥିଲେ ଡକ୍ଟର ହରିଶ୍ଚନ୍ଦ୍ର ଵେହେରା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁନୀଲ ପଣ୍ଡା। ପରେ ପରେ ‘ନାଚ’ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୃତ୍ୟାଶ୍ରୟୀ ପ୍ରଜ୍ଞା ପଣ୍ଡା, ଶ୍ରେୟାଶ୍ରୀ ମହାନ୍ତି ଏବଂ ଅଙ୍କିତ ଖିଲାର ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ମଞ୍ଚ ପରିଚାଳନା କରିଥିଲେ ଅର୍ଚିଷା ପାଣିଗ୍ରାହୀ ଏବଂ ଏସ୍ ଦୀକ୍ଷା, ଅରୁଶାଂଷୁ ପାଣିଗ୍ରାହୀ, ରୋନାଲିସା ପଣ୍ଡା, ମେଡିଆ ସଂଯୋଜିକା ଜ୍ୟୋତିର୍ମୟୀ ଶତପଥୀ, ସେଖ୍ ରାଜା। ଅବନୀ ପଣ୍ଡା, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ମଲିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.