ଦେଶପ୍ରେମର ତରଙ୍ଗରେ ଲହରାୟିତ ରୁପ୍ରାରୋଡ

ପଞ୍ଚାୟତ ସ୍ଥରୀୟ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ସହ ସାମୁହିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ସରପଞ୍ଚ ଚିତ୍ତ ରଞ୍ଜନ

କଳାହାଣ୍ଡି,୨୭/୧: ଭାରତର ଜାତୀୟ ପର୍ବ, ଜାତୀୟ ସ୍ବାଭିମାନର ଅନ୍ତସ୍ବର, ସମ୍ବିଧାନର ସୁରକ୍ଷା ସହ ଏହାକୁ ସମ୍ମାନ ଦେବାର ସୁନ୍ଦର ଅବସର ହେଉଛି ଗଣତନ୍ତ୍ର ଦିବସ । ସାରା ଦେଶରେ ଏହା ମର୍ଯ୍ୟଦାର ସହ ପାଳିତ ହୋଇ ଯାଇଥିବା ବେଳେ କଳାହାଣ୍ଡିର ବ୍ୟବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡ ଦେଶ ଭକ୍ତିର ଲହରୀରେ ତରଙ୍ଗାୟିତ ହୋଇଛି । ପଞ୍ଚାୟତ, ବିଦ୍ୟାଳୟ ସହ ବିଭିନ୍ନ ଅନୁଷ୍ଠାନରେ ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ଉଡିଛି ତ୍ରିରଙ୍ଗା । 

Omkar Vasthu
Omkar Vasthu

ରୁପ୍ରାରୋଡ ପଞ୍ଚାୟତସ୍ତରୀୟ ସାଧାରଣତନ୍ତ୍ର ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ମାତୃମଣ୍ଡଳୀ, ମାନ୍ୟଗନ୍ୟ ବ୍ୟକ୍ତି, ଜନ ପ୍ରତିନିଧୀ ଓ ଅନେକ ଦେଶଭକ୍ତ ଯୋଗଦେଇ ଦେଶର ସ୍ବଭିମାନର ପ୍ରତିକ ତ୍ରିରଙ୍ଗା ପତକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ସରପଞ୍ଚ ଚିତ୍ତ ରଞ୍ଜନ ରଣା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଉପସ୍ଥିତ ଜନ ସମୁଦାୟକୁ ସମ୍ଭୋଧିତ କରି ଶ୍ରୀଯୁକ୍ତ ରଣା ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ, ଦେଶର ଅର୍ଥନୈତିକ ପ୍ରଗତି ସହ ରୁପ୍ରାରୋଡ ପଞ୍ଚାୟତର ବିଭିନ୍ନ କାର୍ଯ୍ୟଧାରା ଉପରେ ବିଷଦ ଭାବେ ଆଲୋକପାତ କରିଥିଲେ ।

Udyog Nursery
Udyogi Nursery

ସମିତି ସଭ୍ୟ କିଶୋର ଭୋଇ, ପିଓ ଜାଫେଦ ନାଗ, ରୁପ୍ରାରୋଡ ସେବା ସମବାୟ ସମିତି ସଭାପତି ଦେବରାଜ ମାଝୀ, ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପଧାନ, ବଳବସପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶରତ ଚନ୍ଦ୍ର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟରତ ସାମ୍ବାଦିକ ସଂଘ,ନର୍ଲା ସଭାପତି ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ଏହି ପବିତ୍ର ଅବସରରେ ବିଦ୍ୟାଳୟ ସ୍ଥରୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶ ପ୍ରେମର ଝଳକ ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟଯେ ରୁପ୍ରାରୋଡ ଠାରେ  ଚିତ୍ତ ରଞ୍ଜନ ସରପଞ୍ଚ ହେବା ପରଠାରୁ ପ୍ରତିବର୍ଷ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଗଣତନ୍ତ୍ର ଦିବସ ଓ ସ୍ବାଧିନତା ଦିବସରେ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଇ ପଞ୍ଚାୟତ ବାସୀଙ୍କୁ ଦେଶ ପ୍ରେମର ମହାନ ଶ୍ରୋତରେ ସାମିଲ କରାଇବାର ପ୍ରଯତ୍ନ ଜାରି ରଖିଛନ୍ତି । 

ସେହିପରି ଭାବେ ରୁପ୍ରାରୋଡ ମାରୱାଡି ଯୁବାମଞ୍ଚରେ ସାମ୍ବାଦିକ ଅନୀଲ ଅଗ୍ରୱାଲ, ଶିଶୁ ମନ୍ଦିରରେ ଅନୁଷ୍ଠାନର ସଭାପତି କ୍ଷୀରୋଦ ପାତ୍ର, ବରଗାଁ ନେତାଜୀ ଛକରେ ପର୍ଶୁରାମ ଭୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.