ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଫାର୍ମାସିଷ୍ଟଙ୍କ ପ୍ରତି ସରକାରଙ୍କ ଉପେକ୍ଷା

ବାରମ୍ବାର ଦାବୀ ପରେବି କେହି ଶୁଣୁନାହାନ୍ତି

କଳାହାଣ୍ଡି(ହେମନ୍ତ ସାହୁ): ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେଇଥିବା ଫାର୍ମାସିଷ୍ଟମାନେ ନିଜର ଆନ୍ତରିକତାର ସହିତ କାର୍ଯ୍ୟସଂପାଦନ କରିଆସୁଛନ୍ତି । କିନ୍ତୁ ବିଭିନ୍ନ ସମୟରେ ବାରମ୍ବାର ଦାବୀ କଲାପରେ ବି ସରକାର ଶୁଣୁନାହାନ୍ତି କେବଳ ସେତିକିନୁହେଁ ସମାନ କାମକୁ ସମାନ ଦରମା ବି ମିଳିପାରନି । ସରକାର ଆୟୁର୍ବେଦ ଡ଼ାକ୍ତର ଏବଂ ହୋମିଓପାଥ୍ଚଳ ଡ଼ାକ୍ତର ତଥା ଆୟୁଷ ଡ଼ାକ୍ତରଙ୍କୁ ନେଇ ସରକାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଚଳାଇଥିବାବେଳେ,ଫାର୍ମାସିଷ୍ଟମାନେ ଏଲୋପାଥି ଚିକିତ୍ସା କରିଥାନ୍ତି । ଯେହେତୁ ସରକାର ଶହେ ପ୍ରତିଶତ ଏଲୋପାଥିକ ମେଡ଼ିସିନ ରୋଗୀମାନଙ୍କୁ ଯୋଗାଇଦେଇଥାନ୍ତି । । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ଫାର୍ମାସିଷ୍ଟମାନେ । ଗତ ମାର୍ଚ୍ଚ ମାସଠାରୁ ଦେଖାଦେଇଥିବା କରୋନା କାଳରେ ନିଜ ନିଜ ଜୀବନକୁ ବାଜି ଲଗେଇ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏହି ବିଭାଗର ଫାର୍ମାସିଷ୍ଟମାନେ ଅବହେଳା କରିନଥିବା ଦେଖିବାକୁ ମଳିଥିଲା । କିନ୍ତୁ ସରକାର ତାଙ୍କ ପ୍ରତି ଏତେ ପରିମାଣରେ ବୈମାତୃକ ଭାବ କାହିଁକି ପୋଷଣ କରୁଛନ୍ତି ତାହାକୁ ନେଇ ଏବେ ସଂଘ ଗଭୀର କ୍ଷୋଭ ପ୍ରକାଶ କରିଛି । ପୂର୍ବରୁ ଏହି ବିଭାଗରେ ଚାକିରୀ କରୁଥିବା ଫାର୍ମାସିଷ୍ଟମାନେ ୨ରୁ ୩ ବର୍ଷ ମଧ୍ୟରେ ନିୟମିତ ହେଉଥିଲେ । କିନ୍ତୁ ଗତ ୨୦୦୮ମସିହା ପରେ ସେ ନିୟମକୁ ନେଇ ଚୁପ ରହିଥିବାବେଳେ ସତେଯେମିତି ନିୟମିତ କରିବାକୁ ସରକାର ଅଙ୍କୁଶ ଲଗାଇଛନ୍ତି । ନୂତନ ନିଯୁକ୍ତିକୁ ନେଇ ଏହି ସଂଘ କ୍ଷୋଭ ପ୍ରକାଶ କରିଚନ୍ତି । ପ୍ରତି ଜରୁରୀକାଳୀଳନ ସ୍ୱାସ୍ଥ୍ୟ ସେବା ପ୍ରଦାନ ସମୟରେ ସରକାର ଏହିମାନଙ୍କୁ ନିୟୋଜିତ କରନ୍ତି । କରୋନା କାଳରେ ରେପିଡ଼ ରେସପନ୍ସ ଟିମ ମଧ୍ୟ ଏହି ମାନଙ୍କୁ ନେଇ ଗଠନ କରାଯାଇ ସ୍ୱାସ୍ଥ୍ୟସେବାକୁ ସୁଗମ କରାଯାଇଥିଲା । ଏନେଇ ସଂଘ ତରଫରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟମନ୍ତ୍ରୀ,ମୁଖ୍ୟ ସଚିବ,ଜିଲ୍ଲାପାଳ ସମସ୍ତଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ବଣପାହାଡ଼ୀ ଇଲାକା ତଥା ଅପହଂଚ ଇଲାକାରେ ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ଏହି ଫାର୍ମାସିଷ୍ଟମାନେ ନିଜ ଜୀବନକୁ ବାଜି ଲଗେଇଦେଇଥିଲେ ସୁଦ୍ଧା ଏମାନଙ୍କ ଦାବୀକୁ ନେଇ ସରକାର କାହିଁକି ଚୁପ୍ ରହିଛନ୍ତି ବୋଲି କେବିକେ ଏମଏଚୟୁ ଫାର୍ମାସିଷ୍ଟ ଆସୋସିଏସନ୍ ର ମୁଖ୍ୟ ସଂପାଦକ ନାରାୟଣ ମହାଲିକ,ସଭାପତି ଅମିତାଭ ଠାକୁର,ସଂପାଦକ ମନୋରଞ୍ଜନ ପାଣିଗ୍ରାହୀ,ଉପସଭାପତି ସଂଜୀବ ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ନିମାଇଁ ଚରଣ ସାହୁ,ଶୁଭେନ୍ଦୁ ପଣ୍ଡା,ବ୍ରଜେଶ ମେହେର, ହୃଷିକେଶ ମିଶ୍ର, ସନ୍ତୋଷ ସାହୁ, ସୋଲେମାନ କାରାଡ଼, ପ୍ରଗତି ରାଉତ ପ୍ରମୁଖ ପ୍ରକାଶ କରିବା ସହିତ ତୁରନ୍ତ ଏମାନଙ୍କୁ ନିୟମିତ କରିବାକୁ ଦାବୀ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.