ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୃଷକ ଆନ୍ଦୋଳନରେ ସହିଦ ହୋଇଥିବା କୃଷକଙ୍କ ଶ୍ରଦ୍ଧାଞ୍ଜଳି ସଭା

ନୂଆପଡା, (ମହେନ୍ଦ୍ର ବାଗ): ଦେଶର ଅନ୍ନଦାତା ଆଜିକୁ ଦିର୍ଘ ୪୫ ଦିନ ହେଲା ଦିଲ୍ଲୀର ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି। ପ୍ରବଳ ଥଣ୍ଡାରେ ପୁଞ୍ଜିପତିଙ୍କ ସ୍ବାର୍ଥରେ ହୋଇଥିବା ନୂତନ କୃଷି ଆଇନ-୨୦୨୦କୁ ପ୍ରତ୍ୟାହାର ଦାବିରେ ନିଜ ହକ୍ ଅଧିକାର ପାଇଁ ସେମାନେ ସଂଘର୍ଷ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଆନ୍ଦୋଳନରେ ନିଜ ପ୍ରାଣ ହରେଇଥିବା ୬୦ଜଣ କୃଷକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଲେନ୍ଦ୍ର ଭୋଇକଂ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ପଟ୍ଟନାୟକ, ସତପାଳ ସିଂ ଛାବଡା, ଆସିଫ ରାଜା, ରାଜିବ ଶର୍ମା, ଦଶମୁ ବେହେରା, ଧରଣି ପଟେଲ, ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର ବିଭୁଦତ୍ତ ଯୋଶୀ, ଲକ୍ଷ୍ମୀକାନ୍ତ ବନ୍ଦିଛୋର, ହେମସାଗର ନାଗ, ସାନ ଜଗତ,

ପଞ୍ଚା ସେଠି, ଅମିତାବ ପଟେଳ, ରାହୁଳ ଜାଲ, ବରୁଣସୁନା, ଜୟନ୍ତ ତାଣ୍ଡି, ସାହାରୁଖ ଖାନ, ସୌରଭ ଚନ୍ଦ୍ରକାର, ଗୋଲି ତିଓ୍ବାରି, ଭୀମ ଯାଦବ, ଥବିର ପ୍ରହଲାଦ, ଗଗନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.