ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର

ବାଲେଶ୍ବର: ଶନିବାର ସନ୍ଧ୍ୟାରେ ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ନବ ବର୍ଷ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାର ବିଷୟ ଥିଲା “ନିଆରା କଥା, କବିତା, ସାହିତ୍ୟ, ସଂସ୍କୃତି ଐତିହ୍ୟ ଓ ପରମ୍ପରାର।” ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ, ଗଞ୍ଜାମ ଜିଲ୍ଲାର କୁନି ବିସ୍ମୟ ପ୍ରତିଭା ରଞ୍ଜନ କୁମାର ବ୍ରହ୍ମାଙ୍କ ସୁପୁତ୍ରୀ ରୁଦ୍ରରୂପା ବ୍ରହ୍ମା ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ କେଶୁ ଦାସ ତାଙ୍କର ଦୀକ୍ଷାନ୍ତ ଭାଷଣରେ କଳା, ସାହିତ୍ୟ, ଝୋଟି, ଐତିହ୍ୟ, ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଆଗେଇ ଆସିବା ସହ ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଗୁପ୍ତଗଙ୍ଗା ଯାହା ତ୍ରିବେଣୀ ନାମରେ ନାମିତ ତାହାର ପୌରାଣିକ କିମ୍ବଦନ୍ତୀ ବର୍ଣ୍ଣନା କରି ତ୍ରିବେଣୀ ମହାଯଜ୍ଞ କଥା ବର୍ଣ୍ଣନା କରିଥିଲେ।ନୀଳରକ୍ତ କଙ୍କଡ଼ାର ସୁରକ୍ଷା ତଥା ତା’ର ଉପକାରୀତା ସହ ବାଲେଶ୍ବରର ପୌରାଣିକ ଐତିହାସିକ ଭୌଗଳିକ ତଥ୍ୟ ସମସ୍ତଙ୍କ ଅବଗତି ନିମନ୍ତେ ବର୍ଣ୍ଣନା କରି ନିଜ ଜୀବନ ଶୈଳୀ ସହ କୋଶମ୍ବ ନଗର ଗଢି ନିଜ ବାସଭବନକୁ ଦୁବୁଲାଗଡି ଭାବରେ ନାମିତ କରିବା ଭଳି ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ।କାହାର ନିନ୍ଦା ପ୍ରଶଂସାକୁ ନଜର ନ ଦେଇ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ହୋଇ ସେ ଭାବ ବିହ୍ବଳ କଣ୍ଠରେ ଆହ୍ବାନ ଦେଇଥିଲେ। ବ୍ରଜନାଥ ରଥଙ୍କ ଭଳି କାଳଜୟୀ ସ୍ରଷ୍ଟାଙ୍କ ମାଧ୍ୟମରେ ଜଉକଣ୍ଢେଇ ବାହାଘର ଭଳି କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିବା କଥା, ଆଦିବାସୀ ଚିତ୍ରକଳା, ଓଡ଼ିଆ ବର୍ଣ୍ଣମାଳାରେ ସୁନ୍ଦର ଚିତ୍ରମାନ ଆଙ୍କିବା କଥା କହିଥିଲେ ଆଜିର ବରେଣ୍ଯ ଅତିଥି ଶିଳ୍ପୀ କେଶୁଦାସ।

ସମ୍ପାଦିକା ଶ୍ରୀମତି ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ। ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ତଥା ବିଶ୍ଵେଶ୍ଵର ମାଝୀଙ୍କ ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।


ଉକ୍ତ ସାନ୍ଧ୍ୟ ଆସରରେ ଯାଜପୁର ବିନୋଦିନୀ ଦାଶ, ସନ୍ତୋଷ ପରିଡ଼ା, ବିଦ୍ୟୁତ ପ୍ରଭା ମିଶ୍ର, ବିନୟ କୁମାର ମହାପାତ୍ର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ରଞ୍ଜନ କୁମାର ପଣ୍ଡା, ଗଞ୍ଜାମରୁ ଗଗନ କୁମାର ଦାସ, ରଞ୍ଜନ କୁମାର ବ୍ରହ୍ମା, ରୁଦ୍ରରୂପା ବ୍ରହ୍ମା, ବେଲପଡା ବଲାଙ୍ଗୀର ଜିଲ୍ଲାରୁ ନିରଞ୍ଜନ ବେହେରା, ନିତ୍ୟାନନ୍ଦ ସାହୁ, କପିଲ ଚରଣ ପ୍ରଧାନ, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ ବସନ୍ତ କୁମାର ସାହୁ, ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ରେଖା ମହାପାତ୍ର, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ଶାନ୍ତନୁ ପଟ୍ଟନାୟକ,ରାଜେନ୍ଦ୍ର କୁମାର ଗିରି, ସୁବାସ ସାହୁ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ନବରଙ୍ଗପୁରରୁ ସାଗର ପରିଡ଼ା, ଜଗନ୍ନାଥ ବାରିକ, ପୁନେରୁ ନିର୍ମଳ ନାୟକ ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ବିଭିନ୍ନ ସ୍ଥାନରୁ ମାନସ ପ୍ରଧାନ, ତନଶ୍ରୀ ମହାପାତ୍ର, ଗୋପାଲ ଜେନା ପ୍ରମୁଖ କବି କବୟତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଅତିଥି ଆଗାମୀ ଦିନରେ ଫେସବୁକ ଲାଇଭ ତଥା ଭର୍ଚୁଆଲ ଆସରରେ ଆହୁରି ଦିଗଦର୍ଶନ ଦେବାକୁ ପ୍ରତିଶୃତି ଦେଇଥିଲେ। ରଞ୍ଜନ ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇ ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.