ଜିଲ୍ଳାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସ୍ତରୀୟ ଜାତୀୟ ମତଦାତା ଦିବସ ପ୍ରତିବର୍ଷ ଜାନୁଆରୀ ମାସ ୨୫ତାରିଖ ଦିନ ପାଳିତ ହୁଏ । ଚଳିତ ବର୍ଷ ୧୧ଦଶ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ରାୟଗଡ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏଥି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାୟଗଡ ବିଡିଓ ରାଜେନ୍ଦ୍ର ମାଝି,ରାୟଗଡ ପୈାରପାଳିକା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି,ଏନଏସଏସ ୱିଙ୍ଗର ଜିଲ୍ଳା ସଂଯୋଜିକା ଡଃ.ଅର୍ଚ୍ଚନା ପଟ୍ଟନାୟକ,ମହିଳା ମହାବିଦ୍ୟାଳୟର ପ୍ରତିମା ପଣ୍ଡା,ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଶୋକ କୁମାର ସାହୁ,ଲିଜାରାଣୀ ଶତଫଥି,ଜିପିଇଓ ଗୋପାଳ ପଣ୍ଡା,ଚନ୍ଦ୍ରଶେଖର ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଳାସ୍ତରୀୟ ମତଦାତା ଦିବସ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ନୂତନ ଭୋଟରଙ୍କୁ ସଶକ୍ତ,ସତର୍କ,ସୁରକ୍ଷିତ ଓ ସଚେତନ ରହିବା ନିମନ୍ତେ ଉତ୍ସାହିତ କରିବା ଏବଂ ମହାବିଦ୍ୟାଳୟ ସ୍ତରରେ ଜିଲ୍ଳାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ କରିବା ନିମନ୍ତେ ଜିଲ୍ଳା ସଂଯୋଜିକା ଡଃ.ଅର୍ଚ୍ଚନା ପଟ୍ଟନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶ୍ରୀମତି ଭାରତୀ ଜେନା ପ୍ରସ୍ତୁତି ବୈଠକର ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.