ଗ୍ରାମ ତରଙ୍ଗ ତରଫରୁ ପ୍ରଥମ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ବ୍ଳକ ପୀତାମହଲ ନିକଟସ୍ଥ ସେଂଚ୍ୟୁରିଆନ୍ ୟୁନିଭରସିଟି କ୍ୟାମ୍ପସ୍‌ରେ ଗ୍ରାମତରଙ୍ଗ ତରଫରୁ କୋଭିଡ-୧୯ ଲକଡାଉନ ପରେ ଚଳିତ ବର୍ଷ ପ୍ରଥମ ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ଆନୁକୁଲ୍ୟରେ ଦକ୍ଷତା ବିକାଶ ତାଲିମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା କର୍ମ ନିୟୋଜନ ଅଧିକାରୀ ରାଜେନ୍ଦ୍ର କୁମାର ଟେଟେ ଯୋଗଦାନ କରିଥିବା ବେଳେ ୩୦ଜଣ ପ୍ରାର୍ଥୀଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ସେଂଚ୍ୟୁରିଆନ୍ ନିର୍ଦ୍ଦେଶକ ରାଜେଶ କୁମାର ପାଢୀ ଏବଂ ସେଂଟର ହେଡ୍ ତରୁଣ କୁମାର ଏମଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.