ଆଲାତରାର ପ୍ରସିଦ୍ଧ ଶିମ୍ବଯାତ୍ରା: ପଶୁପକ୍ଷୀଙ୍କ ରକ୍ତରେ ସୁନାମୁଖୀ ପୀଠ ରକ୍ତରଂଜିତ

କଳାହାଣ୍ଡି, (ନରୋତ୍ତମ ସେଲମା): ଭକ୍ତି ଓ ବିଶ୍ୱାସ ଆଗରେ ହାରମାନିଛି ‘ଜୀବେ ଦୟା’ ନାରା । ନିଜ ମନସ୍କାମନା ପୂର୍ଣ ନାଁ ରେ ଭକ୍ତମାନେ ପୋଢ, ବୁକା, ଗର୍‌ରା, କୁକୁଡା ଅର୍ପଣ କରିବା ପରମ୍ପରା ବରଂ କମିବା ବଦଳରେ ବଢି ବଢି ଚାଳିଛି । ଅତ୍ୟାଧୁନିକ ମଣିଷ ନିରୀହ ପଶୁପକ୍ଷୀଙ୍କ ବଳି ଦେଖି ନାଚି ଉଠୁଥିବା ପରି ଚିତ୍ର ଦେଖିବାକୁ ମିଳୁଛି ।

କଳାହାଣ୍ଡି ଜିଲ୍ଲାରେ ମାଁ ମାଣିକେଶ୍ୱରୀ ଙ୍କ ଛତରଯାତ୍ରା ପରେ ଅଲାତରା ର ସୁନାମୁଖୀ ଯାତ୍ରାରେ ମଧ୍ୟ ବଳି ପଡିବା ବହୁ ପ୍ରାଚୀନ । ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ବୁଧବାର ଅର୍ଥାତ ଶୁଲିଆ ଯାତ୍ରା ପରଦିନ ଏଠାରେ ସୁନାମୁଖୀ ଯାତ୍ରା ହୋଇଥାଏ । ଆଦିବାସୀ କନ୍ଧ ସଂପ୍ରଦାୟ ଦ୍ୱାରା ପୂଜିତ ସୁନାମୁଖୀ ପୀଠରେ ଏହି ଦିନ ଶିମ୍ବ ଫଳ ଅର୍ପଣ କରାଯାଇଥାଏ । ଦେବୀ ଦିଶାରୀ ମାଧ୍ୟମରେ ଆର୍ବିଭୂତ ହୋଇ ଭକ୍ତ ଙ୍କ ଗୁହାରୀ ଶୁଣିଥାନ୍ତି । ଚଳିତବର୍ଷ ୨ଟି ପୋଢ ସମେତ ୨୫ରୁ ଅଧିକ ବୁକା,ଗର୍‌ରା ଓ ଶତାଧିକ କୁକୁଡା ବଳି ପଡିଥିଲା । ପ୍ରଥମେ ପାଟବୁକା ଅର୍ପଣ ପରେ ଅନ୍ୟାନ୍ୟ ବଳି ଦିଆଯାଇଥିଲା । ଶୁଲିଆ ବୁଢା ଙ୍କ ସାନଭାଇ ଭାବେ ପରିଚିତ ସୁନାମୁଖୀ ଙ୍କ ଏଇ ଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥାଏ । ତେବେ ଚଳିତବର୍ଷ କୋଭିଡ କଟକଣା ହେତୁ ଶୀଘ୍ର ପୂଜା ଆରମ୍ଭ ହୋଇଥିଲା । ଏଥର କୌଣସି ଦୋକାନ,ଜାର ବସି ନ ଥିଲା । ଲୋକେ ଦର୍ଶନ କରି ଶୀଘ୍ର ଫେରିଯାଉଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.