ଅଟାଙ୍ଗଗୁଡା କ୍ଲଷ୍ଟରରେ ପାଳିତ ହେଲା ଆନ୍ତର୍ଜାତୀୟ ମହିଳା ଦିବସ

ଭବାନୀପାଟଣା: ନାରୀ ସମାଜ ବିକାଶର ମୂଳାଧାର। ନାରୀ ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହେବ। ତେବେ ନାରୀ ଶିକ୍ଷା ଓ ସୁରକ୍ଷାକୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭବାନୀପାଟଣା ବ୍ଲକ ଅଟାଙ୍ଗଗୁଡା କ୍ଳଷ୍ଟର ତରଫରୁ ଏକ ସଭା ଆୟୋଜିତ ହୋଇଯାଇଛି । ଏଥିରେ ନାରୀମାନଙ୍କ ସୁରକ୍ଷା ଓ ବିକାଶ ଉଦ୍ଦେଶ୍ୟରେ ଶପଥ ପାଠ କରାଯିବା ସହ ପଡା ପଡା ଵୁଲି ମହିଳା ସଶକ୍ତିକରଣ ପାଇଁ ଅଭିଭାଷଣ, ରାଲି, ସ୍ଲୋଗାନ, ଗୀତ, ନାଟକ ଆଦି ଆୟୋଜନ କରାଯାଇଥିଲା।


ଏହାକୁ କ୍ଲଷ୍ଟର ସଂଯୋଜିକା ମିନତି କୁମାରୀ ପ୍ରଧାନ ଆୟୋଜନ କରିଥିଲେ । ଏଥିରେ ସାଥ୍ ଓ କୈଵଲ୍ୟ ଫାଉଣ୍ଡେସନର ନର୍ଗିସ୍ ପର୍ଵିନ୍, କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ, ଦୁରୁଦୁରି ପ୍ରାଥମିକ ବିଦ୍ୟାଳୟ ଓ ଅଟାଙ୍ଗଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.