ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ବର୍ତ୍ତମାନର ସମୟରେ ନାରୀ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି ପୁରୁଷଙ୍କ ତୁଳନାରେ ସେ ମଧ୍ୟ କମ ନୁହଁ ବୋଲି ନିଜକୁ ପ୍ରମାଣିତ କରିପାରିଛି। ସେହିପରି ଝିଅ ହେଉ କି ପୁଅ ସମସ୍ତେ ସମାନ ତାହା ଆଜି ପ୍ରତିପାଦନ କରିପାରିଛନ୍ତି ରାମନାଗୁଡା ବ୍ଲକ ଅଧିନ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ତିନି ମହିଳା। ରାମନାଗୁଡା ପ୍ରକଳ୍ପର ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ ଜିଲା ସ୍ତରରେ ଉତ୍ତମ କାର୍ଯ୍ୟ ଦକ୍ଷତା ସହ ବିଭାଗୀୟ କାର୍ଯ୍ୟକୁ ସୂଚରୁରୂପେ ସମ୍ପାଦନା କରିଥିବାରୁ ଜିଲ୍ଲାର ପ୍ରଥମ ଶିଶୁ ବିକାଶ ଯୋଜନା ଅଧିକାରୀ ଭାବେ ମାନପତ୍ର ସହ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏବଂ ବାଲ୍ୟ ବିବାହ ରକିବାରେ ଅତୁଳନୀୟ ଅବଦାନ ପାଇଁ ରାମନାଗୁଡା ଶିଶୁ ବିକାଶ ପ୍ରକଳ୍ପ ଅଧିନ ଗୋଗୁପାଡୁ ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ସାବିତ୍ରୀ ନାୟକଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ଶିଶୁ ବିକାଶ ପ୍ରକଳ୍ପ ଅଧିନ ରାମନାଗୁଡା ମଣ୍ଡଳ ଅନ୍ତର୍ଗତ ପଡାଲପଦର ଅଙ୍ଗନବାଡି କର୍ମୀ ମିନତୀ କରଙ୍କୁ ଉତ୍ତମ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବାରୁ ମାନପତ୍ର ପ୍ରଦାନ କରାଯାଇଛି। କୁଜେନ୍ଦ୍ରୀ ଅଙ୍ଗନବାଡି କେନ୍ଦ୍ରର କିଶୋରୀ ବାଳିକା ଅନିତା ପାଲାକାଙ୍କୁ ବାଲ୍ୟ ବିବାହ ବିରୋଧ କରି ବାଲ୍ୟ ବିବାହ ରାକିବା ହେଉକି ପ୍ରତ୍ୟେକ ଆଖପାଖ ଅଞ୍ଚଳକୁ ଯାଇ କିଶୋରୀ ମାନଙ୍କୁ ବାଲ୍ୟ ବିବାହକୁ ନେଇ ସଚେତନତା ସୃଷ୍ଟି କରିବା ଇତ୍ୟାଦିକୁ ନେଇ ଜିଲାରେ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ବ୍ଲକର ତିନି ମହିଳା ପୁରସ୍କୃତ ହୋଇଥିବାରୁ ରାମନାଗୁଡା ଶିଶୁ ବିକାଶ ପ୍ରକଳ୍ପର ସମସ୍ତ କର୍ମଚାରୀ ଏବଂ ଅଙ୍ଗନବାଡି କର୍ମୀ ମାନେ ଗର୍ବିତ ବୋଲି ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ରଥ କହିଥିବା ବେଳେ ଏହି ସମସ୍ତ ଶ୍ରେୟ କାର୍ଯ୍ୟାଳୟର କର୍ମଚାରୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ଯିବ ବୋଲି ମତ ପ୍ରକାଶ କରିଛନ୍ତି।