ମହିଳା ସୁରକ୍ଷା ପେଟ୍ରାେଲିଂ ଗାଡିର ଶୁଭାରମ୍ଭ କଲେ ଏସ.ପି.

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲାରେ ମହିଳାଙ୍କୁ ସୁରକ୍ଷା ଦେବା ନେଇ ରାୟଗଡ ଜିଲ୍ଲା ପୋଲିସ ଆଉ ଦୁଇପାଦ ଆଗେଇ ଯାଇଛି । ବିଶ୍ବ ମହିଳା ଦିବସ ଅବସରରେ ଓଡିଶା ପୋଲିସର ରାୟଗଡ ଜିଲ୍ଲା ପୋଲିସ ତରଫରୁ ମହିଳା ସୁରକ୍ଷା ପେଟ୍ରୋଲିଂ ଗାଡିର ଶୁଭାରମ୍ଭ କରାଯାଇଛି । ଏହି ମହିଳା ପେଟ୍ରୋଲିଂ ଗାଡିରେ ରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଦାୟିତ୍ବରେ ରହିବେ । ରାୟଗଡ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ଏହି ଗାଡିର ଆଜି ଶୁଭ ଉଦଘାଟନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ସହରର ବିଭିନ୍ନ ସ୍କୁଲ, କଲେଜ ସମେତ ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ମହିଳାମାନଙ୍କୁ ହଇରାଣ କରୁଥିବା ଅସାମାଜିକ ଲୋକଙ୍କ ଠାରୁ ସୁରକ୍ଷା ଯୋଗାଇବା ପାଇଁ ପେଟ୍ରୋଲିଂ କରାଯିବ । ଏହା ସମେତ ରାତ୍ରୀକାଳରେ ମହିଳା ଯାତ୍ରୀ ମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କୁ ନିଜ ନିଜ ଘରେ ଛାଡିବାରେ ମଧ୍ୟ ସହାୟକ ହେବ ବୋଲି ଏସ.ପି. ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.