ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଓକିଲ ସଂଘର ନିର୍ବାଚନ ସକାଶେ ଚଳିତ ମାସର ଗତ ୬ ତାରିଖ ଠାରୁ ୮ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଉକ୍ତ ୩ଦିନ ମଧ୍ୟରେ ସଭାପତି ପଦ ପାଇଁ ଓକିଲ ଡି.କୁମାର ସ୍ୱାମୀ, ଭି.ସନ୍ୟାସୀ ରାଜୁ, ବିବୁଧ କୁମାର ପ୍ରଧାନ ଓ ୱାଇ.ମଧୁସୂଦନ ରାଓ ୪ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପାଇଁ ଓକିଲ ରବି ପ୍ରସାଦ ମହାପାତ୍ର ଓ ଉମାକାନ୍ତ ମିଶ୍ର ୨ଜଣ,ସଂପାଦକ ପଦ ସକାଶେ ମଙ୍ଗଳମୂର୍ତ୍ତି ବେଉରିଆ ଓ ଜଗନ୍ନାଥ ଦୋରା ୨ଜଣ, ସହ ସଂପାଦକ ପାଇଁ ଗୈାରୀଶଙ୍କର ପଟ୍ଟନାୟକ ଓ ଶେଷାଦ୍ରୀ ଗିରିବାସା ରାଓ ଏବଂ କୋଷାଧ୍ଯକ୍ଷ ପଦ ନିମନ୍ତେ ମାନସ ରଂଜନ ରଥ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ ନିର୍ବାଚନ ଅଧିକାରୀ ନବ କୁମାର କାଣ୍ଟା, ସହ ନିର୍ବାଚନ ଅଧିକାରୀ ଅରୁଣ କୁମାର ପାଣିଗ୍ରାହୀ, ୱାଇ.ଶ୍ରୀହର ରାଓ ଓ ସୁନୀଲ କୁମାର ନାୟକ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଶୃଙ୍ଖଳା ସହ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.