ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଓ ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ ତରଫରୁ ରାୟଗଡ ସଦର ବ୍ଳକ ଡାଙ୍ଗଲୋଡି ପଂଚାୟତର କୁଣ୍ଡୁମ ହାଟ ପଡିଆ ଠାରେ ଆଜି ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘର ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ଆଶା କର୍ମୀ ସଂଘ ସଭାନେତ୍ରୀ ଶ୍ରୀମତି ପୁଷ୍ପାଂଜଳୀ ବେହୁରା, ସବିତା ବିଡିକା, ସାବିତ୍ରୀ କଣ୍ଟାବଂଶ, ଧନଂଜୟ କଣ୍ଟାବଂଶ, ସୁଦାର ରାଓ କାଡ୍ରକା ଓ ଡାଙ୍ଗଲାେଡି ପଂଚାୟତ ସରପଂଚ ସଦାମଣି କିଲାକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସମାଜରେ ମହିଳାଙ୍କୁ ସଶକ୍ତିକରଣ କରିବା, ସମ୍ମାନ ଦେବା, ସ୍ୱାବଲମ୍ବି ଓ ସୁରକ୍ଷା ଯୋଗାଇବା ଆଦି ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ସଚେତନ କରାଯାଇଥିଲା ।

ଭାରତୀୟ ମଜଦୁର ସଂଘ ଏକ ରାଷ୍ଟ୍ରବାଦୀ ଶ୍ରମିକ ସଂଗଠନ ଭାବେ ଭାରତ ବର୍ଷରେ ମହିଳାମାନଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ଅଙ୍ଗନବାଡି, ଆଶା, ପାଚିକା, ଶ୍ରମଜୀବି ମହିଳା, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଭଳି ସଂଗଠନ କରି ପଲ୍ଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରି ଆସୁଅଛି । ବିଶ୍ୱ ମହିଳା ଦିବସ ଅବସରରେ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଥିବା କିଛି ମହିଳାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.