ଥୁଆମୂଳ ରାମପୁର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାବେ ଅଜିତ ନାୟକ ନିର୍ବାଚିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନିର୍ବାଚନରେ ଯୁବ ଶିକ୍ଷକ ଅଜିତ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ଶ୍ରୀ ନାୟକ ବ୍ଲକ ଉପସଭାପତି ଭାବେ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଶ୍ରୀ ନାୟକ ନିଷ୍ଠାପର ଭାବେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦୃଢ଼ ପଦକ୍ଷେପ ନେଉ ଲଥିବାରୁ ଥୁଆମୂଳ ରାମପୁର ବ୍ଲକରେ କାର୍ଯ୍ୟରତ ୪୪୪ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ୩୯୦ ଜଣ ତାଙ୍କ ସପକ୍ଷରେ ମତ ସାବ୍ୟସ୍ତ କରିଥିଲେ। ସେ ଆଗାମୀ ତିନି ବର୍ଷ ପାଇଁ ଏହି ପଦବୀରେ ରହିବେ। ଉପସଭାପତି ଭାବରେ ସୁବାସ ଚନ୍ଦ୍ର ନାଏକ, ଉପସଭାନେତ୍ରୀ ସୁକାନ୍ତି ନାଏକ, ସାଧାରଣ ସମ୍ପାଦକ ସୁରେଶ ନାଏକ, ଯୁଗ୍ମ ସମ୍ପାଦକ ଭବାନୀ ଶଙ୍କର ଗହୀର, ସଂଗ୍ରାମ କେଶରୀ ବେହେରା, ଅନ୍ନପୂର୍ଣ୍ଣା ବାଗ, ମାଧବ ନାଏକ, ଚୈତନ୍ୟ ନାଏକ ପ୍ରମୁଖ ଆଗାମୀ ତିନି ବର୍ଷ ନିମନ୍ତେ ନିର୍ବାଚିତ ହୋଇଛନ୍ତି। ଏଥିରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ମନୋଜ କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଧିରେନ୍ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରେମଚାନ୍ଦ ମହାପାତ୍ର, ଯୋଗେଶ୍ୱର ମିଶ୍ର, ଶ୍ରୀନିବାସ ଆଚାରୀ, ପ୍ରଦ୍ୟୁମ୍ନ ହୋତା, ଅକ୍ଷୟ ପଟ୍ଟନାୟକ, ପୂର୍ଣ୍ଣ ସଂଶୀ ମହାନ୍ତି, ଜୁନାଗଡ଼ ବ୍ଲକରୁ ଶାନ୍ତନୁ ମାଝୀ, ଦୁଷ୍ମନ୍ତ ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ଉପେନ୍ଦ୍ର ପଧାନ, ମଦନ ମାଝୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.