ସରିଆଁ ଠାରେ ଜିଲ୍ଲାପାଳଙ୍କ ବୈଠକ

 

କଳାହାଣ୍ଡି, ୧୩/୧୧:
ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ପଞ୍ଚାୟତ ପରିସରରେ ଶୌଚାଳୟ ବ୍ୟବହାର ଓ ସ୍ବଚ୍ଛତା ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଜି ଜିଲ୍ଲାପାଲ ଡ. ଜି ଗାଭାଲି ହର୍ଷଦ , ଆର୍ ଡବ୍ଲୁ ଏସ୍ ଏସ୍ ମୁଖ୍ୟ ନିର୍ବାହି ଯନ୍ତ୍ରୀ ଯୋଗଦେଇ ସ୍ବଚ୍ଛତା ଉପରେ ଉପସ୍ଥିତ ସ୍ବୟଂ ସହାୟକ ଗୋଷ୍ଠୀ , ପିଆରଆଇ ସଭ୍ୟ ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ୨୦୧୯ରେ ଭାରତ ଖୋଳା ମଳମୁକ୍ତ ଘୋଷିତ ହୋଇଥିବା ବେଳେ କଳାହାଣ୍ଡିରେ ମାତ୍ର ୪୦ ଶତକଡା ବ୍ୟକ୍ତି ଶୌଚାଳୟ ବ୍ୟବହାର କରିଥାନ୍ତି । ଏଣୁ ଜିଲ୍ଲାପାଳ ଏହା ଉପରେ କ୍ଷୋଭ ପ୍ରକାଶ କରିବା ସହ ଯେକୌଣସି ମତେ ୩୧ ଡିସେମ୍ବର ସୁଦ୍ଧା ସବୁ ପରିବାରରେ ଶୌଚାଳୟ ନିର୍ମାଣ ଓ ବ୍ୟବହାର କରିବାକୁ ସରପଞ୍ଚ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ନର୍ଲା ବିଡିଓ ବ୍ୟାସଦେବ ବେହେରା , ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି , ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି , ସରିଆଁ ସରପଞ୍ଚ ଜନନୀ ଭୋଇ , ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଞ୍ଜନ ରଣା , ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡିଆ , ନିଶାଣପୁର ସରପଞ୍ଚ କ୍ଷମାନିଧି ରଣା ,ରାକ୍ସି ସରପଞ୍ଚ ଚନ୍ଦ୍ରମା ଧଙ୍ଗଡାମାଝୀ , ଗାଡେବନ୍ଧ ସରପଞ୍ଚ ଟିକେଶ୍ବରୀ ମାଝୀ , ଉଲିକୁପା ସରପଞ୍ଚ ଆନନ୍ଦ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ । ଏହାସହ ବ୍ଲକ ଓ ପଞ୍ଚାୟତର ବିଭିନ୍ନ ଅଧିକାରିବୃନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ରାକ୍ସି ପଞ୍ଚାୟତ ପରିଦର୍ଶନ କରି ଶୌଚାଳୟ ମାନଙ୍କର ରୂପରେଖ ଦେଖିବାସହ ସରପଞ୍ଚ ଚନ୍ଦ୍ରମା ଧଙ୍ଗଡାମାଝୀଙ୍କ ସହ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.