ଗ୍ୟାସ ସିଲିଣ୍ଡର ଫାଟି ପରିବାରର ୩ ମୃତ

ଧର୍ମଗଡ଼,୧୪/୧୧:

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଥନଟ ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଥନଟ ଗ୍ରାମରେ ଅଜିତ ମେହେର ସପରିବାର ବାସ କରନ୍ତି । ସବୁଦିନପରି ଆଜି ସକାଳେ ରୋଷେଇ କରୁଥିବାବେଳେ ହତାଠ୍‌ ଗ୍ୟାସ୍‌ ଟାଙ୍କି ଫାଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ମା-ଚମ୍ପା ମେହେର,ଝିଅ- ସୁନୀତା ଓ ପୁଅ-ଅମିତ ମେହେର। ଏହି ମର୍ମନ୍ତୁଦ ଘଟଣା ଅଞ୍ଚଳକୁ ସ୍ଥବ୍ଧ କରିଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.