ଆତ ଖାଆନ୍ତୁ, ସୁସ୍ଥ ରହନ୍ତୁ

ଆତ (ସୀତାଫଳ) ଯେପରି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ବି ଅତ୍ୟନ୍ତ ଲାଭଦାୟକ। ଅନେକ ରୋଗ ଦୂର ଲାଗି ଆତ ସହାୟକ ହୋଇଥାଏ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖାଦ୍ୟ ପାଚନ କ୍ରିୟାରେ ସହାୟକ:

ସାଧାରଣତଃ ଆତରେ କପର୍‌ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ। ଆତ ପାଚନ କ୍ରିୟା ସଂପାଦନ କରି ହଜମ କରାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପାଣି ସହିତ ଆତ ପାଉଡ଼ରକୁ ମିଶାଇ ଖାଇବା ଦ୍ୱାରା ଏହା ଡାଇରିଆ ସହିତ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ।

Udyog Nursery
Udyogi Nursery

ସୁସ୍ଥ ତ୍ୱଚା ଓ କେଶ ପାଇଁ ବିଶେଷ ଉପକାରୀ:

ଆତରେ ଭିଟାମିନ୍‌-ଏ ଥିବା ଯୋଗୁଁ ଏହା ଉଭୟ ତ୍ୱଚା ଏବଂ କେଶ ପାଇଁ ଉପାଦେୟ ହୋଇଥାଏ।

ମାଢ଼ି ଓ ଦାନ୍ତକୁ ମଜ୍‌ଭୁତ କରିଥାଏ:

ବିଶେଷଜ୍ଞମାନେ ସପ୍ତାହକୁ ଥରୁଟିଏ ଏହାର ବ୍ୟବହାର ପାଇଁ ପରାମର୍ଶ ଦେଇଥିବାବେଳେ ଏହାର ସେବନ ଉଭୟ ମାଢ଼ି ଓ ଦାନ୍ତକୁ ମଜ୍‌ଭୁତ କରିବାରେ ମଧ୍ୟ ସାହଯ୍ୟ କରେ।

ହୃଦ୍‌ଘାତକୁ ରୋକିବାରେ ସହାୟକ:

ମ୍ୟାଗ୍ନେସିଅମ୍‌ରେ ଭରପୂର ହୋଇଥିବା ଆତରେ ହୃଦୟ ସହିତ ଜଡ଼ିତ ରୋଗକୁ ରୋକିବାର କ୍ଷମତା ରହିଥାଏ। ଏତଦ୍‌ବ୍ୟତୀତ ଏଥିରେ ରହିଥିବା ଭିଟାମିନ୍‌ ବି-୬ ଯୋଗୁଁ ବ୍ୟକ୍ତି ଶରୀରର ହୋମୋସିଷ୍ଟାଇନ୍‌, ଏମିନୋ ଏସିଡ୍‌ ଭଳି ସମସ୍ୟା ବି ନିୟନ୍ତ୍ରଣରେ ରହେ।

କ୍ୟାନ୍‌ସରରୁ ରକ୍ଷା କରେ ଆତ ପତ୍ର:

ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କେବଳ ଯେ ଆତ ନୁହେଁ ଏହାର ପତ୍ର ମଧ୍ୟ ସ୍ତନ କର୍କଟ ଲାଗି ଉପକାରୀ ହୋଇଥାଏ। କାରଣ ଏଥିରେ ଭରି ରହିଥିବା ଆଣ୍ଟି-ଅକ୍ସିଡେଣ୍ଟ ଯୋଗୁଁ ଏହା କୋଷିକାଗୁଡ଼ିକୁ କୌଣସି କ୍ଷତି ହେବାକୁ ଦେଇନଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.