କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ପାଇକପଡ଼ାର ଶିକ୍ଷକ ମିହିର କୁମାର ଦୁବେଙ୍କ ମାଆ ଗିରିଜା ଦୁବେ(୭୧)ଙ୍କର ପରଲୋକ ହେଇଯାଇଛି। ସେ ସ୍ୱର୍ଗତ କବି ତଥା ସଂସ୍କୃତିବିତ ପଦ୍ମନାଭ ଦୁବେଙ୍କ ପତ୍ନୀ ତଥା ଓଡ଼ିଶାର ଆଗଧାଡ଼ିର ଦୁଇ ପର୍ବତାରୋହୀ ଭଗ୍ନୀ ଲିପ୍ସାମୟୀ ଦୁବେ ଏବଂ ଈପ୍ସାମୟୀ ଦୁବେଙ୍କ ଜେଜେମା’। କେବଳ ସେତିକି ନୁହେଁ, କଳାହାଣ୍ଡିର ଜଣେ ସୁପରିଚିତ କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ ସନ୍ତୋଷ କୁମାର ଦୁବେଙ୍କ ମା’।
ଆଜି ମୃତ୍ୟୁ ପରେ ତାଙ୍କୁ କୋଭିଡ଼ କଟକଣା ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ବଡ଼ ପୁତ୍ର ମିହିର ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ଗିରିଜା ଦୁବେ ଜଣେ ମେଳାପୀ, ଧର୍ମପରାୟଣା ମହିଳା ଥିଲେ। ତାଙ୍କରି ବିୟୋଗରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ର, ସଂପାଦକ ହେମନ୍ତ ସାହୁଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ଭଗବାନ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି।