କରୋନା ଛଡାଇନେଲା ପୁଣି ଜଣେ ଶିକ୍ଷୟତ୍ରୀଙ୍କ ଜୀବନ

ଶିକ୍ଷୟତ୍ରୀ ସସ୍ମିତା ଚୌଧୁରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରି ସ୍ମୃତି ସଭାର ଆୟୋଜନ କଲେ କଲ୍ୟାଣ ବିଭାଗ ଶିକ୍ଷକଶିକ୍ଷୟିତ୍ରୀ

ରାୟଗଡ, (ଶିବ ନାରାୟଣ ଗୈାଡ): କରୋନାରେ ଚିକିତ୍ସିତ ହେଉଥିବାବେଳେ ହାରି ଯାଇଛନ୍ତି କଲ୍ୟାଣ ବିଭାଗରେ କର୍ମରତ ଶିକ୍ଷୟତ୍ରୀ ସସ୍ମିତା ଚୌଧୁରୀ । ତାଙ୍କ ବିୟୋଗରେ କଲ୍ୟାଣ ବିଭାଗର ୨୦୦୧ ବ୍ୟାଚର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏକ ଭର୍ଚୁଆଲ ଶୋକ ସଭାର ଆୟୋଜନ କରାଯାଇ ସ୍ବର୍ଗତା ସସ୍ମିତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ଆବାହକତ୍ବରେ ଆୟୋଜିତ ସ୍ମୃତି ସଭାରେ ଅମର ଆତ୍ମାର ସଦ ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତା ଚୌଧୁରୀ ଜଣେ ମିଷ୍ଟଭାଷୀ, ପରୋପକାରୀ, ସହୃଦୟା ଓ ନିଷ୍ଠବାନ ଶିକ୍ଷୟତ୍ରୀ ଥିଲେ ।


ତାଙ୍କ ବିୟୋଗରେ ଵିଭାଗ ଜଣେ ଭଲ ଶିକ୍ଷୟତ୍ରୀଙ୍କ ହରାଇଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଦିଲ୍ଲୀପ ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁଶାନ୍ତ ସାହୁ, ସୁଶାନ୍ତ ପାଣିଗ୍ରାହୀ, ବିରାଟ ହିଆଲ, ରଶ୍ମି ରଞ୍ଜନ ଶବର, ସନ୍ତୋଷ କୁଲେସିକା, ଲୋକନାଥ ସାହୁ, ଦିଲୀପ ଦୋରା, ଗାୟତ୍ରୀ ମିଶ୍ର, ସୁଜାତା ଜେନା, ସରିତା ସୁନମୁଦି, ପ୍ରଶାନ୍ତ ରତ୍ନାଲୁ, ସୁଦେଷ୍ଣା ନାୟକ, ସୁନିତା ସାହୁ, ବୃନ୍ଦାବନ ସାହୁ, ରାଜୁ ପାଲ, ଶ୍ରୀନିବାସ ରାଓ ପ୍ରମୁଖ ଅଂଶଗ୍ରହଣ କରି ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତା ସସ୍ମିତାଙ୍କ ଜନ୍ମ ପଦ୍ମପୁର ବ୍ଲକ ଖମାପଦର ଗ୍ରାମରେ ହୋଇଥିବାବେଳେ ସେ ବର୍ତ୍ତମାନ ଗଡ଼ିଆବାଙ୍କ ଆଶ୍ରମ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶକ୍ରମେ ଘରେ ରହି ଚିକିତ୍ସିତ ହେଉଥିଲେ । ପରିବାରର ଅନ୍ୟମାନେ ଆରୋଗ୍ୟ ଲାଭ କରିଥିବାବେଳେ ସସ୍ମିତାଙ୍କ ଅମ୍ଳଜାନ ସ୍ତର କମିବାରେ ଲାଗିଲା । ତାଙ୍କୁ ଗୁଣପୁରରୁ ଜେକେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ସ୍ବାମୀ ଓ ଦୁଇ ସନ୍ତାନ ଅଛନ୍ତି । ତାଙ୍କ ମୃତ୍ୟୁରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ସମେତ ବିଭିନ୍ନ ମହଲରୁ ଶୋକ ପ୍ରକଟ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.