ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ବାତ୍ୟା
ଭୁବନେଶ୍ୱର: ସାମୁଦ୍ରିକ ଝଡ ୟାସ୍ ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି। ବାତ୍ୟା ୟାସ ଏବେ ସମୁଦ୍ର ମଧ୍ୟରେ ତା’ର ଗତିକୁ ବଢ଼ାଇ ଦେଇଛି। ପୂର୍ବରୁ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଥିବା ୟାସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଏବେ ଏହା ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ରହିଛି। ସେହିପରି ପାରାଦୀପ ଠାରୁ ୯୦ କିମି ଓ ବାଲେଶ୍ୱର ଠାରୁ ୧୦୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଦିଘା ଠାରା ବାତ୍ୟା ୧୦୦ କିମି ଦୂରରେ ରହିଛି। ବାତ୍ୟା ୟାସ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ଘଣ୍ଟା ପ୍ରତି ବେଗ ୧୩୦ରୁ ୧୫୫ କିମି ରହିଛି। ସ୍ଥଳ ଭାଗ ଆଡ଼କୁ ବାତ୍ୟା ୟାସ ଯେତିକି ଆଗକୁ ବଢ଼ୁଛି ପାରଦୀପ ଠାରୁ ଧାମରା ଯାଏ ପବନର ବେଗ ସେତିକି ବଢ଼ୁଛି। ଏଥିସହ ବର୍ଷାର ପରମାଣ ମଧ୍ୟ ବୃଦ୍ଧି ପାଉଛି। ଦିନ ୧୦ଟା ପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସମ୍ଭାବନା ରହିଛି।





