ଟ୍ରକ-ବାଇକ ମୁହାମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି,(ହେମନ୍ତ ସାହୁ): ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ଅମୁଲ୍ୟ ଜୀବନ ଚାଲିଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମ.ରାମପୁର ଥାନା ତଳନୂଆଗାଁ ଏବଂ ଉପରନୂଆଗାଁ ମଝିରେ (ମ.ରାମପୁର-ମୋହନଗିରୀ ରାସ୍ତା) ଆଜି ଦିନ ପ୍ରାୟ ଏକ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ପ୍ରାପ୍ତ ସୂଚନା ମୁତାବକ, ତୋଷରା ଯୁଗିମରା ଅଞ୍ଚଳର କିରଣ ଧରୁଆ ଅନ୍ୟଜଣେ ନାବାଳକ ସହିତ ବାଇକ ଯୋଗେ (ଓଡ଼ି ୦୩ ବି ୧୯୪୪) ଡ଼ମ୍ବକର୍ଲାଖୁଂଟା ପଟକୁ ଆସୁଥିବାବେଳେ ମୋହନଗିରୀ ପଟକୁ ଯାଉଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେଇଥିଲା। ଫଳରେ ବାଇକ ଚାଳକ କିରଣ ଧରୁଆଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ୧୦୮ ଯୋଗେ ଉଭୟଙ୍କୁ ମ.ରାମପୁର ଡ଼ାକ୍ତରଖାନା ଅଣାଯାଇଥିଲା। ଗାଡ଼ିରେ ବସିଥି୍‌ବା ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏ ନେଇ ମ.ରାମପୁର ଥାନାରେ ଏକ ମାମଲାରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଜଣାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.