ମୁଷାନାଲ ଓ ଭଟାଙ୍ଗପଦର ଠାରେ ଉଦଘାଟିତ ହେଲା ନୂତନ RI ଅଫିସ

● ଭଟାଙ୍ଗପଦରରେ ରାଜ୍ୟସଭା ସାଂସଦ ଓ ମୁଷାନାଲରେ ଲାଞ୍ଜିଗଡ଼ ବିଧାୟକ କଲେ ଶୁଭ ଉଦଘାଟନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ଓ ମୂଷାନାଲ ଠାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଟାଙ୍ଗପଦର ଠାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟନ କରିଥିବା ବେଳେ ଲାଞ୍ଜି ପଞ୍ଚାୟତର ମୁଷାନାଲ ଠାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu


ଭଟାଙ୍ଗପଦର ଓ ମୂଷାନାଳଠାରେ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ଉତ୍ସବରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜି ସରପଞ୍ଚ ବିଷ୍ଣୁ ଚରଣ ଭୋଇ, ବିଧାୟକ ପ୍ରତିନିଧି ଋତୁରାଜ ମାଝୀ, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଭଟାଙ୍ଗପଦର ସରପଞ୍ଚ ବାସୁ ମାଝୀ, ବିଜେପୁର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମାଝୀ, ବିଜେଡି ଜିଲ୍ଲା ଉପ ସଭାପତି ବାବୁଲି ମଣ୍ଡଳ, ବିଜୁ ଯୁବ ଜିଲ୍ଲା ସାଧାରଣ ସମ୍ପାଦକ ଲବଣିଧର ମହାନନ୍ଦ, ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଖିରାବ୍ଧି ସାହୁ, ସମାଜସେବୀ ବିଶ୍ୱନାଥ ଘଡେଇ, ଲାଞ୍ଜି ପଞ୍ଚାୟତ ନିର୍ବାହି ଅଧିକାରୀ ଅଲେଖ ସା, ଭଟାଙ୍ଗପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ କୁମାର ମହାରଣା, ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ, ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ଯୁବ ସମାଜସେବୀ ମନୀଷ ମିଶ୍ର ଓ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅରୁଣ କୁମାର ମାଝୀ, ସତ୍ୟନାରାୟଣ ପଟ୍ଟନାୟକ, ଦୁର୍ଗା ଚରଣ ମାଝୀ, ବିକାଶ ଚନ୍ଦ୍ର ନାଏକ, ଉଦ୍ଧବ ବିଶ୍ୱାଳ ଉପସ୍ଥିତ ଥିଲେ।


ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ସେବାକୁ ସହଜ କରିବାପାଇଁ ରାଜ୍ୟର ଅନେକ ସ୍ଥାନରେ ନୂତନ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରୁଛନ୍ତି। ବିଜ୍ଞାପନ ବାହାରିବା ପୂର୍ବରୁ ଏହି ପଞ୍ଚାୟତ ମାନଙ୍କରେ ଆରଆଇ ଅଫିସ ପ୍ରତିଷ୍ଠା ନେଇ ସେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବର୍ତ୍ତମାନ ଏଠାରେ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପିତ ହୋଇଥିବାରୁ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଲାଞ୍ଜିଗଡ଼ ବିଧାୟକ ମତ ବ୍ୟକ୍ତ କରିଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ ନିଲେଶ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.