ଗୁଡାରୀ ସହରରେ ଅନ୍ତଃଗୃହ କ୍ରୀଡାଙ୍ଗନ ନିମନ୍ତେ ଜାଗା ଚିହ୍ନଟ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଗୁଡାରୀ ସହରରେ ଏକ ଅନ୍ତଃଗୃହ କ୍ରୀଡାଙ୍ଗନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ୫ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ସହରାଞ୍ଚଳରେ ଇନଡୋର ଷ୍ଟାଡିୟମର ଆବଶ୍ୟକତା ହେତୁ ରାୟଗଡା ଜିଲ୍ଲାର ୩ଟି ସହରରେ ଇନଡୋର ଷ୍ଟାଡିୟମ ହେବାର ଅଛି। ତେଣୁ ଗୁଣୁପୁର ଓ ଗୁଡାରୀ ସହରରେ ଏହାର ଜରୁରୀ ହେତୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ସୋନାଲ ଜେନା, ବିଡିଓ ନୃସିଂହ ଚରଣ ସେଠୀ, ତହସିଲଦାର ଭାରତୀ ଦେବୀ, ଆଇଆଇସି ସୁଶାନ୍ତ କୁମାର ତାଉଡିଆ, ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,

ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଏମ ପ୍ରସାଦ ରାଓ, ସନ୍ତୋଷ ମହାନ୍ତି ଓ କେଦାର ସାହୁ ଉପସ୍ଥିତ ରହି ରେଞ୍ଜର ଅଫିସ ସାମନା ଜାଗା ମନୋନୀତ କରିଥିଲେ। ସେହି ସ୍ଥାନକୁ ଯଥାଶୀଘ୍ର କାଗଜପତ୍ର କରିବାକୁ ରାଜସ୍ବ ବିଭାଗକୁ କୁହାଯାଇଛି। ଭିତ୍ତିଭୂମିର କାର୍ଯ୍ୟ ସରିବା ପରେ ଖୁବଶୀଘ୍ର କାମ ହେବାର ଆଶା ରଖିଛନ୍ତି ଗୁଡାରୀ ସହରବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.