ନିମ୍ନମାନର ଅସମ୍ପୁର୍ଣ୍ଣ କଲଭର୍ଟ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହାଲ ପଞ୍ଚାୟତ ମାଳପଡା ଜୋର ଠାରେ ଜିଲ୍ଲା ଉନ୍ନୟନ ସଂସ୍ଥା କଳାହାଣ୍ଡି ଦ୍ବାରା ଚତୁର୍ଥ ଅର୍ଥ କମିଶନ ଯୋଜନାରେ ସାତଲକ୍ଷ ବ୍ୟୟ ଅଟକଳରେ ୨୦୧୯-୨୦ ଆର୍ଥିକ ବର୍ଷରେ ନିର୍ମାଣ କରା ଯାଇଛି। ହେଲେ କେବଳ କଳଭର୍ଟ ନିର୍ମାଣ କରି ଉଭୟ ପାର୍ଶ୍ଵ ସମୁତୁଲ କରାଯାଇ ନାହିଁ। ଯଦ୍ୱାରା ଏହି ରାସ୍ତା ଦେଇ ଯାଆସ କରୁଥିବା ଶତାଧିକ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାଷକାର୍ଯ୍ୟ ସାର, ବିହନ, ହଳ, ନଙ୍ଗଲ, ଟ୍ରାକ୍ଟର ନେବା ଆଣିବା ପାଇଁ ଲୋକଙ୍କୁ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସୂଚନା ଅନୁଯାୟୀ, ପୂର୍ବରୁ ୩ ଲକ୍ଷ ଟଙ୍କାବ୍ୟୟ ଅଟକଳ କରାଯାଇଥିଲା ପୁଣି ସେହି ସୂଚନା ଫଳକରେ ୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି। ଲୋକ ସ୍ବାର୍ଥକୁ ପ୍ରଧ୍ୟାନ୍ୟ ଦିଆନ ଯାଇ ଠିକାଦାରଙ୍କ ସ୍ବାର୍ଥ ପାଇଁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଚର୍ଚ୍ଚା ଚାଲିଛି। ଏକ କାଠ ପୋଲରେ ବିପଦ ସଂକୁଳ ଅବସ୍ଥାରେ ଲୋକେ ଯାଆସ କରୁଛନ୍ତି। ପ୍ରଶାସନ ବିହୀତ ପଦକ୍ଷେପ ନେଇ ସମସ୍ୟାର ଆସୁ ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି।

Omkar Vasthu
Omkar Vasthu

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.