ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ବେନଗାଁ ସ୍ଥିତ ସରକାରୀ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ପରିଣତ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି। ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଚୂଡାନ୍ତ ରୂପରେଖ ପ୍ରସ୍ତୁତି ଜାରି ରଖିଛନ୍ତି। ଏହାକୁ ବାସ୍ତବ ରୂପ ଦେବାକୁ ନେଇ ସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇ ଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ବେନଗାଁ ସରପଞ୍ଚ ସୁକାନ୍ତି ମାଝୀ, ଲାଖବାହିଲି ସରପଞ୍ଚ ରାମତୁ ମାଝୀ, ବ୍ଳକର ପୂର୍ବତନ ଅଧ୍ୟକ୍ଷ ଖିରାଧି ସାହୁ, ସମିତି ସଭ୍ୟ ନବୀନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଶାସନ ସହିତ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲର ଉନ୍ନତି ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ହାଇସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସାମିଲ ହେବା ସହିତ ନିଜ ସ୍କୁଲର ଉନ୍ନତି ପାଇଁ ଆଲୋଚନା କରିଥିଲେ। ଦୁର୍ଗମ ବେନଗାଁ ଅଞ୍ଚଳରେ ସ୍ମାର୍ଟ ସ୍କୁଲ ପ୍ରସ୍ତୁତିକୁ ନେଇ ଜିଲ୍ଲା ତଥା ବ୍ଳକ ପ୍ରଶାସନକୁ ଅଞ୍ଚଳବାସୀ ଅଶେଷ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମଟିକୁ ସ୍କୁଲ ଶିକ୍ଷକ ସତ୍ୟ କୁମାର ମହାଖୁଡ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଭୋଇ, କୌଶଲ୍ୟା ଦେଇ, ଭବାନୀ ଶଙ୍କର ନାଗ, ହେମ ସାଗର ମାଝୀ, ପ୍ରଶାନ୍ତ କୁମାର ନନ୍ଦ, ଲକ୍ଷ୍ୟପତି ଶବର, ହେମନ୍ତ କୁମାର ସାହୁ, ପୁଷ୍ପରାଜ ମାଝୀଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in