ଭବାନୀପାଟଣା: ସାହିତ୍ୟ ବଞ୍ଚିବାକୁ ହେଲେ ସାହିତ୍ୟିକର ଆବଶ୍ୟକ ଏବଂ ସାହିତ୍ୟିକ ଲେଖନୀ ଚାଳନା କରିବାକୁ ହେଲେ ତାକୁ ଉପାଦାନ, ପ୍ରେରଣା ଏବଂ ପ୍ରୋତ୍ସାହନ ଆବଶ୍ୟକ। ଆଉ ସେ ପ୍ରେରଣା ଯୋଗାଇବା ଏବଂ ବଣମଲ୍ଲୀକୁ ଲୋକଲୋଚନକୁ ଆଣିବା ପାଇଁ ଆତ୍ମପ୍ରକାଶ କରିଛି ଇ-ପତ୍ରିକା ‘ସଙ୍ଗମ’। ପତ୍ରିକାର ପ୍ରଥମ ସଂଖ୍ୟା ରଥଯାତ୍ରା ବିଶେଷାଙ୍କ ଗୁଗୁଲମିଟ ମାଧ୍ୟମରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏଥିରେ ପତ୍ରିକାର ପ୍ରତିଷ୍ଠାତା ଆନନ୍ଦ ସାଗରିଆ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ରମାକାନ୍ତ ସିଂ ସାହାଣୀ ସ୍ୱାଗତ ଭାଷଣ ରଖିଥିଲେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡୋଳାମଣି ଧରୁଆ, ଅଧ୍ୟାପିକା ଡ. ରିଙ୍କି ପ୍ରଧାନ, ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟା ସୁଶ୍ରୀ ସାଗରିକା ପଣ୍ଡା, ବରିଷ୍ଠ ଲେଖକ ନରୋତ୍ତମ ପାତ୍ର, ଯୁବ ସାହିତ୍ୟିକ ଭାଗିରଥି ସାଗର, କବି ଭାଗିରଥି ସିଂ, ଶିକ୍ଷୟିତ୍ରୀ ଡ. ପ୍ରିୟମ୍ବଦା ସାମଲ ଅତିଥି ଭାବରେ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିବାବେଳେ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ଦ୍ବୟ ଚୁନିଲ କୁମାର ଗଙ୍ଗଦେବ ଓ ହେମନ୍ତ କୁମାର ରାଉତ ପତ୍ରିକା ଉଦ୍ଦେଶ୍ୟରେ ନିଜ ନିଜ ମତ ଉପସ୍ଥାପନା କରିଥିଲେ। ସୁଶ୍ରୀ ଦ୍ରୌପଦୀ ଜଗତ ସମାପନ ସଙ୍ଗୀତ ଗାନ କରିଥିଲେ ଓ ପତ୍ରିକାର ସହ-ସମ୍ପାଦକ ଦୀପକ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।