ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ପାରୀକ୍ଷିତି ପଞ୍ଚାୟତ ଅନ୍ତର୍ଗତ କଣ୍ଡା ତାମିଙ୍ଗି ଅଙ୍ଗନୱାଡ଼ି କେନ୍ଦ୍ର ପକ୍ଷରୁ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ଆଜି ଗ୍ରାମରେ ବସବାସ କରୁଥିବା ହିତାଧିକାରୀଙ୍କ ଘର ଅଗଣାରେ ପହଞ୍ଚି କରୋନା ସମ୍ପର୍କିତ ତଥ୍ୟକୁ ନେଇ ଲୋକଙ୍କୁ ସଚେତନତା କରିବା ସହିତ ଘରର ସମସ୍ତ ବ୍ୟକ୍ତିଙ୍କୁ ସାବୁନ, ମାସ୍କ ଓ ସାନିଟାଇଜର ଆଦି ପ୍ରଦାନ କରାଯାଇଛି।
ଏହି ସଚେତନତା ଅଭିଯାନ ସମୟରେ ଅଙ୍ଗନୱାଡ଼ି କର୍ମୀ ଅନୁସୂୟା ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ପାତ୍ର ଓ ଆଶା କର୍ମୀ ପଦ୍ମା କଣ୍ଡାଗରୀ ପ୍ରମୁଖ ଘରକୁ ଘର ଭ୍ରମଣ କରି ଲୋକଙ୍କୁ ସଚେତନ କରି ଜର, ଥଣ୍ଡା, କିମ୍ବା କାଶ ହେଲେ ସଂଗେ ସଂଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ। କୋରୋନା ମହାମାରୀ ସମୟରେ ଲୋକମାନେ ଯେଉଁ ପ୍ରଥମ ଟିକା ନେଉଛନ୍ତି ଦ୍ୱିତୀୟ ଟିକା ନେବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତା ରକ୍ଷା କରନ୍ତୁ ଓ ସୁରକ୍ଷିତ ହୁଅନ୍ତୁ ମାସ୍କ ପିନ୍ଧନ୍ତୁ ବୋଲି ଆଶା ଓ ଅଙ୍ଗନୱାଡ଼ି କର୍ମୀ ଆହ୍ବାନ ଦେଇଛନ୍ତି।