ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଶିକ୍ଷକଙ୍କ ମିଳିତ ବୈଠକ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ ମାନେ କରୋନା କଟକଣା ମଧ୍ୟରେ ବିଦ୍ୟାଳୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ଯଥା; ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ, ପାଠ୍ୟ ପୁସ୍ତକ, ୟୁଟୁବ କ୍ଲାସ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷକଙ୍କ ଅନଲାଇନ ମିଟିଂ, ଶିକ୍ଷକ ମାନଂକୁ ଅନଲାଇନ ଟ୍ରେନିଂ ସହ ଶିକ୍ଷକ ମାନଙ୍କ ଦରମା ଇନ୍କ୍ରିମେଣ୍ଟ, ମୃତ ଶିକ୍ଷକଙ୍କ ପରିବାରକୁ ସରକାରୀ କାର୍ଯ୍ୟରେ ସହଯୋଗ କରିବା ଇତ୍ୟାଦି ସମସ୍ୟା ସମ୍ପର୍କରେ ଆଲୋଚନା କାରାଯାଇ ଥିଲା।

ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଶିକ୍ଷା ସହାୟକ, ଜୁନିଅର ଶିକ୍ଷକ ଏମ୍ଏଲ୍ଇ ଶିକ୍ଷକଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ବିଇଓ କହିଛନ୍ତି। ବରିଷ୍ଠ ଶିକ୍ଷକ ପ୍ରପନ୍ନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରାୟ ତିରିଶ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଓ ସିଆରସିସିମାନେ ଉପସ୍ଥିତ ଥିଲେ। ଶିକ୍ଷକ ପ୍ରମୋଦ ତ୍ରିପାଠୀ ବୈଠକ ପରିଚାଳନା କରିଥିଲାବେଳେ ରାଧାକୃଷ୍ଣ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.