ଓଲଟିଲା ଆଲୁମିନିୟମ ତାର ବୋଝେଇ ଟ୍ରକ, ଚାଳକ ଗୁରୁତର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ସିକେରକୁପା ପାଣ୍ଡି ଅନ୍ତର୍ଗତ ପୋଖରୀବନ୍ଧରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ଗାଁ ନିକଟସ୍ଥ ବେହେରା ପୋଲ ଠାରେ ଏକ (ସିଜି୦୪ଏନ୍ ଜେ ୭୯୧୬) ଆଲୋମିନିୟମ ତାର ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିବାବେଳେ ଚାଳକ ଗୁରୁତର ଆହତ ହୋଇଥିବା ଯୋଗୁଁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Omkar Vasthu
Omkar Vasthu


ଟ୍ରକଟି ଆଜି ଅପରାହ୍ନ ସାଢ଼େ ୫ଟା ସମୟରେ ଏହି ରାସ୍ତା ଦେଇ ରାୟପୁରଠାରୁ ବିଶାଖାପାଟଣାକୁ ଯାଉଥିବା ବେଳେ ଓଭର ଲୋଡିଙ୍ଗ ଓ ଦ୍ରୁତଗତି ଯୋଗୁଁ ଏହି ଦୁର୍ଘଟଣାଟି ଘଟିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳେ ସିକେରକୁପା ପୋଲିସ ପହଞ୍ଚି ଥିବା ବେଳେ ଟ୍ରକଟି ରାସ୍ତା କଡ଼ରେ ଓଲଟି ପଡିଥିବା ଯୋଗୁଁ ଆଲୋମିନିୟମ ତାର ସବୁ ରାସ୍ତା କଡ ଏକ ଜମିରେ ବିତାଡି ହୋଇ ପଡ଼ିରହିଛି। ପ୍ରତିଦିନ ଏହି ରାସ୍ତାରେ ଭାରିଜାନ ଭାରସାମ୍ୟ ହରାଇ ଓଲଟି ପଡୁଥିବା ବେଳେ ଯାତାୟାତ କରୁଥିବା ସାଧାରଣ ଲୋକ ଭୟଭୀତ ହୋଇ ପଡିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.