ରାୟଗଡ ପୈାର ପରିଷଦ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ “ଗୋ ଗ୍ରୀନ୍ ଅଭିଯାନ” କାର୍ଯ୍ୟକ୍ରମ

ରାୟଗଡ: ରାୟଗଡ ପୈାର ପରିଷଦ ପକ୍ଷରୁ ସହରର ୱାର୍ଡ ନମ୍ବର-୧୯ସ୍ଥିତ କୋତରୁ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ “ଗୋ ଗ୍ରୀନ୍ ଅଭିଯାନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ପୈାର ପରିଷଦର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ୍ ଅହମ୍ମଦ ହିତାଧୀକାରୀମାନଙ୍କୁ ବୃକ୍ଷରୋପଣ କରିବା ସହିତ ବୃକ୍ଷରୋପଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ତଥା ମାନବ ଜୀବନରେ ବୃକ୍ଷର ଆବଶ୍ୟକତା ଏବଂ ଉପକାରିତା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ।


ଆଗାମୀ ଦିନରେ ଅମ୍ଳଜାନର ଆବଶ୍ୟକତା ଏବଂ ଏହାର ଗୁରୁତ୍ୱ ବିଷୟରେ ମଧ୍ୟ ଅବଗତ କରାଇଥିଲେ । ପୈାର ପରିଷଦ ଦ୍ୱାରା ଅନୁଷ୍ଠିତ ଏହି ଗୋ ଗ୍ରୀନ୍ ଅଭିଯାନ କାର୍ଯ୍ୟକ୍ରମରେ ସମସ୍ତେ ମିଶି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ, ଡୁଡା ଟିମ୍ ଲିଡ୍‌, ସିଏଲଟିସି,ଏମଆଇଏସ୍ ପ୍ରୋଗାମର, ଏମଆଇଏସ କନସୁଲଟାଂଟ, ଡୁଡା ଲିଡ୍ ଏମଆଇଏସ, ୱାର୍କ ସରକାର, ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.