ପାଇକ ସାହିରେ ଶ୍ରୀ ମା ସମଲେଇ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସହରର ପାଇକ ସାହି ଠାରେ ଶ୍ରୀ ଶ୍ରୀ ଶ୍ରୀ ମା ସମଲେଇ ଦୁର୍ଗା ମନ୍ଦିର ପ୍ରତିଷ୍ଠା ନିମନ୍ତେ ଚଳିତ ଆଷାଢ ଶୁକ୍ଳପକ୍ଷ ଦଶମୀ ସୋମବାର ଜୁଲାଇ ୧୯ ତାରିଖ ଠାରୁ କାର୍ଯ୍ୟସୂଚୀ ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ଗୁରୁବାର ୨୨ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଜାରି ରହିବ । ସୋମବାର ଦିନ ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ ପୂଜାବିଧି ଅନୁଷ୍ଠିତ ହୋଇଥିବା ବେଳେ ଆଜି ମଙ୍ଗଳବାରରେ ସକାଳେ ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନିସଂସ୍କାର ଓ ଦେବତାଙ୍କ ଧାନ୍ୟାଧିବାସ ଏବଂ ରାତ୍ରରେ ଚଣ୍ଡୀପାଠ ସହ ଦଶମହାବିଦ୍ୟା ପୂଜା ଅନୁଷ୍ଠିତ ହେବ ।

Omkar Vasthu
Omkar Vasthu


ସେହିପରି ଆସନ୍ତାକାଲି ବୁଧବାରରେ ସୂର୍ଯ୍ୟ ପୂଜା, ଗୋପୂଜା, ମଣ୍ଡଳ ଦେବତା ଓ ହୋମ, ଚଣ୍ଡିପାଠ, ରୁଦ୍ରାଭିଷେକ ସହ ଦେବତାଙ୍କ ମହାସ୍ନାନ, ରାତ୍ର ଶୟନ ଉତ୍ସବ ଓ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ବୋଲି କାର୍ଯ୍ୟସୂଚୀ ରହିଛି । ଆସନ୍ତା ଗୁରୁବାର ତଥା ଶେଷ ଦିନରେ ସୂର୍ଯ୍ୟପୂଜା, ଚଣ୍ଡୀହୋମ, ଧ୍ୱଜ, ତ୍ରିଶୁଳ ସ୍ଥାପନ, ନଗର ଭ୍ରମଣ, ଦେବୀଙ୍କ ମନ୍ଦିର ପ୍ରବେଶ ଓ ଅପରାହ୍ନରେ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ଏହି ଶୁଭ କାର୍ଯ୍ୟକ୍ରମରେ ଶ୍ରୀ ମା ସମଲେଇ ଦୁର୍ଗା ଦେବୀଙ୍କ ଆର୍ଶିବାଦ ଲାଭ ସ୍ୱରୂପ କୋଭିଡ୍‌-୧୯ସୁରକ୍ଷା ନିୟମ ପାଳନ କରି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ ଓ ସାହାର୍ଯ୍ୟ କରିବା ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକୁ ସଫଳ ରୂପାୟନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.